Home ଓଡ଼ିଶା ମାରାଂ ବୁରୁ ଡେଭେଲପମେଣ୍ଟ କମିଟି ପକ୍ଷରୁ ଶତ ପ୍ରତିଶତ ପରିବହନ ଦାବି କରି ପଦଯାତ୍ରା

ମାରାଂ ବୁରୁ ଡେଭେଲପମେଣ୍ଟ କମିଟି ପକ୍ଷରୁ ଶତ ପ୍ରତିଶତ ପରିବହନ ଦାବି କରି ପଦଯାତ୍ରା

353

ାା ଯୋଡା, ୨୯/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ଅପରାହ୍ନରେ ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗସ୍ଥିତ ମାରାଂ ବୁରୁ ଡେଭେଲପମେଣ୍ଟ କମିଟି ପକ୍ଷରୁ ବିଭିନ୍ନ ଖଣିରେ ଶତ ପ୍ରତିଶତ ପରିବହନ ଦାବି କରି ଏକ ବିରାଟ ପଦ ଯାତ୍ରା ବାହାରି ଥିବା ଦେଖିବାକୁ ମିଳିଛି । ଏହି ପଦ ଯାତ୍ରାରେ ଜଜାଙ୍ଗ, ଜୁରୁଡି ଏବଂ ଜଲହରି ତିନୋଟି ପଞ୍ଚାୟତର ଶହ ଶହ ମହିଳା ପୁରୁଷ ହାତରେ ବିଭିନ୍ନ ପ୍ଲାଗ କାର୍ଡ ଧରି ଜୁରୁଡି ବଜାର ଠାରୁ ଏକ ପଟୁଆରରେ ବାହାରି ପ୍ରଥମେ ଏସେଲ ମାଇନିଙ୍ଗ ଓ ପରେ ଜଜାଙ୍ଗସ୍ଥିତ ରୁଙ୍ଗଟା କାର୍ଯ୍ୟାଳୟରେ ଶତ ପ୍ରତିଶତ ଖଣିଜ ପରିବହନ ଦାବି କରି ଏକ ଚରମ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଉକ୍ତ ଦାବି ପତ୍ରରେ ସେମାନେ ଲେଖିଛନ୍ତି ଯେ, ବିଶ୍ୱ ଜଗତୀ କରଣର ଦ୍ୱାହୀ ଦେଇ ଶତ ପ୍ରତିଶତ ଯାନ୍ତ୍ରୀକ ଖଣି କରାଯିବା ଫଳରେ ଖଣି ଗୁଡିକରେ କାର୍ଯ୍ୟରତ ଶ୍ରମିକମାନେ ସମ୍ପୂର୍ଣ୍ଣ ଭାବେ ବେକାର ହୋଇପଡିଛନ୍ତି । କେତେକ ଶ୍ରମିକ କାମଧନ୍ଦା ନପାଇ ବୋକ ଉପାସରେ ଦିନ କାଟୁଥିବା ବେଳେ ଦିପ ତଳ ଅନ୍ଧାର ଭଳି ଅନ୍ୟ କେତେକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ବିଭିନ୍ନ ଖଣିରେ ବଡ ବଡ ପରିବହନ ସଂସ୍ଥାକୁ ପରିବହନ ଦାୟିତ୍ୱ ଦିଆଯାଉଥିବା ବେଳେ ସେଠାରେ ସ୍ଥାନୀୟ ଖଣି କ୍ଷତିଗ୍ରସ୍ଥ ଲୋକମାନଙ୍କୁ ପରିବହନ ଥଇଥାନ କରାଯାଇପାରିଥାନ୍ତା । ତେବେ ଖଣି କମ୍ପାନୀମାନେ ଚଞ୍ଚକତା କରି ସ୍ଥାନୀୟ ବାସିନ୍ଦାଙ୍କ ମୁହଁରୁ ଆହାର ଛଡାଇନେଇଛନ୍ତି । ତେଣୁ ଖଣି ଗୁଡିକରେ ଶତ ପ୍ରତିଶତ ପରିବହନ ମାରାଂ ବୁରୁ ଡେଭେଲପମେଣ୍ଟ କମିଟି ମାଧ୍ୟମରେ କରାଯାଇ ଉକ୍ତ ଲାଭାଂଶକୁ ଗ୍ରାମବାସୀମାନଙ୍କୁ ଜୀବନ ଜବିକା କ୍ଷେତ୍ରରେ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି । ଆସନ୍ତା ତିନି ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାନଗଲେ ଖଣି ଗୁଡିକୁ ଅଚଳ କରିଦେବା ସହିତ ଖଣି ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ମାରାଂ ବୁରୁ କମିଟି ପକ୍ଷରୁ ସଞ୍ଜୟ କୁମାର ବାରିକ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ନେଇ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ, ଅଧିକ୍ଷକ, ଚମ୍ପୁଆ ଉପଜିଲ୍ଲାପାଳ, ତହସିଲଦାର, ଏସ୍ଡିପିଓ ବଡବିଲ ଏବଂ ବାମେବାରୀ ଥାନା ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଏହି ପଦଯାତ୍ରାର ନେତୃତ୍ୱ ଘାସିରାମ ମାଝି, ସବିତା ନାଏକ, ଶ୍ରୀଧର ମୁଣ୍ଡା, ଉତ୍ତମ ପାତ୍ର, ଅରୁଣ କୁମାର ସର୍ଦାର, ମୁଣ୍ଡୁଲି ମୁଣ୍ଡା, ସୁକଦେବ ପାତ୍ର, ରାଜୁ ମୁଣ୍ଡା, ଦେବାଶିଷ ବେହେରା, ଶ୍ରୀକାନ୍ତ ଜେନା ପ୍ରମୁଖ ନେଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.