Home ଓଡ଼ିଶା ଯୋଡା ମହୋତ୍ସବ ପ୍ରସ୍ତୁତି ବୈଠକ

ଯୋଡା ମହୋତ୍ସବ ପ୍ରସ୍ତୁତି ବୈଠକ

78

ାା ଯୋଡା, ୨୯/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ପୂର୍ବାହ୍ନରେ ଯୋଡା ପୌର ସଭା ଗୃହ ଠାରେ ଯୋଡା ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୦ ଜାନୁଆରୀ ମାସ ୩୧ ତାରିଖ ଠାରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକଟିକୁ ଯୋଡା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ପରିଚାଳନା କରିଥିଲେ । ମହୋତ୍ସବ କମିଟିର ସଂଯୋଜକ ଶୁଶାନ୍ତ କୁମାର ବାରିକ୍ ଗତ ବର୍ଷ ଯୋଡା ମହୋତ୍ସବରେ ଯେଉଁ ମାନେ ସହଯୋଗ କରିଥିବା ସେମାନଙ୍କୁ ଧନ୍ୟବାଦ ଦେବା ସହ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ବର୍ଷର ଆୟ ବ୍ୟାୟର ହିସାବ ଦିଆଯିବା ପରେ ଚଳିତ ବର୍ଷ ଏହି ଉତ୍ସବ ପାଳନ ନିମନ୍ତେ ବିଭିନ୍ନ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଯୋଡା ସହରରେ ଏହି ମହୋତ୍ସବକୁ ଜନସାଧାରଣ ଏକ ବର୍ଷ ଧରି ଅପେକ୍ଷା କରି ରହୁଥିବା ବେଳେ ଏହା ଖୁବ୍ ଧୁମ୍ ଧାମରେ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଥାଏ । ଆର୍ଥôକ ମାନ୍ଦା ଅବସ୍ଥା ଲାଗି ରହିଥିବା ସତ୍ୱେ ଉତ୍ସବରୁ ଆହୁରୀ ସରଶ ସୁନ୍ଦର କରିବା ପାଇଁ ଯୋଜନା କରାଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ସୁଦୁର ବମ୍ବେ ରୁ ପ୍ରସିଦ୍ଧ କଣ୍ଠଶିଳ୍ପୀ କୁ ଆଣିବାର ଯୋଜନା କରାଯାଇଥିବା ବେଳେ ରାଜ୍ୟ ଭିତରେ ଥିବା ବିଭିନ୍ନ କଳା ନୈପୁନ୍ୟକୁ ପ୍ରଦର୍ଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବ ବର୍ଷ ମାନଙ୍କ ପରି ମହିଳା ମାନଙ୍କର ଝୋଟି ପ୍ରତିଯୋଗୀତା, ବିଦ୍ୟାଳୟ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା, ଫ୍ୟନ୍ସି ଡ୍ରେସ, ଡଗ୍ ସୋ, ଫ୍ଲାୱାର ସୋ, ବଡି ବିଲଡିଂ ସୋ, ଶ୍ୟାଣ୍ଡ ଆର୍ଟ ପ୍ରଭୁତି ଅନ୍ୟ କେତେ ଗୁଡିଏ ପ୍ରତିଯୋଗୀତାକୁ ପ୍ରାଧାନ୍ୟ ଦିଆଯିବ ବୋଲି କମିଟି ସ୍ଥିର କରିଛି । ଏହି ଉତ୍ସବ ପାଳନ କମିଟିରେ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ସଭାପତି ଥିବା ବେଳେ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଉପସଭାପତି, ପୂର୍ବତନ କେନ୍ଦୁଝର ସାଂସଦ ଜୟୱନ୍ତ ନାରାୟଣ ସିଂ ଲାଗୁରୀ ଏବଂ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଭାବେ ଏହି ଉତ୍ସବ ର କାର୍ଯ୍ୟଭାର ତୁଲାଇବେ ବୋଲି ଜଣାପଡିଛି । ଏହି ପ୍ରସ୍ତୁତି ବୈଠକରେ ହୃଷିକେଶ ଜେନା, ବିନୋଦ ପଟ୍ଟନାୟକ, ନିରଞ୍ଜନ ବହିଦାର, ଅମର କେଜ୍ରିୱାଲ, ମୁକେଶ ସିଙ୍ଗାଣିଆ, ମାନସ ମହାନ୍ତି, ରାଜେନ୍ଦ୍ର ସାହୁ, ପ୍ରକାଶ ମହାନ୍ତି, ବେଣୁଧର ବେହେରା, ଦିପକ ମହାପାତ୍ର, ଦୀପକ ବିହାରୀ, ପୁରୁଷୋତ୍ତମ ଦାସ, ଗଣେଶ ସାହୁ, ଦିଗାମ୍ବର ବେହେରା, ପିଣ୍ଟୁ ସାହୁ, ପ୍ରମିଳା ଓଝା, ରଜତ ନାଏକ, ମନିନ୍ଦ୍ର ବାରିକ୍, ରନôାକର ମହାପାତ୍ର, ସରୋଜିନୀ ସତପଥି ପ୍ରମୁଖ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.