ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ନୂଆନନ୍ଦ ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୪୦୫/୨୬ ମକଦ୍ଧମା ରୁଜୁକରି ପୋଲିସ ସୋମବାର ସେହି ଗ୍ରାମର ଭରତ ଶିଅଳ ନାମକ ଜଣେ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗରୁ ଜଣାଯାଇଛି ଯେ,ଶନିବାର ପୂର୍ବାହ୍ନରେ ଯୁବତୀ ଜଣକୁ ଭରତ ନିଜ ଘରଠାରୁ କିଛି ଦୂରରେ ଥିବା ଏକ ଘରକୁ ଡାକି ନେଇ ବଳାତ୍କାର ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକ ଖବର ପାଇ ସେହିଘରୁ ଅସଂଯତ ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାରକରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।ଏସମ୍ପର୍କରେ ଯୁବତୀଙ୍କ ମା ଥାନାରେ ଅଭିଯୋଗ କରିଥିଲେ ।








