Home ଜିଲ୍ଲା ପରିକ୍ରମା ମାନବବାଦୀ ଶିକ୍ଷକ ନେତା ଗୋପୀନାଥ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ମାନବବାଦୀ ଶିକ୍ଷକ ନେତା ଗୋପୀନାଥ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

72

ନୟାଗଡ଼, ୪ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ମାନବବାଦୀ ଶିକ୍ଷକ ନେତା ସ୍ୱର୍ଗତ ଗୋପୀନାଥ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଦିବସ ପାଳନ ହୋଇଯାଇଛି। ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ସ୍ଥାନୀୟ ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ମା’ଫାଉଣ୍ଡେସନ ଏବଂ ସ୍ୱର୍ଗତ ଗୋପୀନାଥ ଜେନାଙ୍କ ପରିବାର ପକ୍ଷରୁ ମା’ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ବିଶେଷ ସାମାଜିକ ଦୂରତ୍ୱ ମଧ୍ୟରେ ରହି ସ୍ୱର୍ଗତ ଗୋପୀ ସାରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମ୍ଳାନ ପ୍ରତିଭାକୁ ମନେ ପକାଇଥିଲେ। ଏହି ପରିପ୍ରେକ୍ଷିରେ ଗୋପୀନାଥ ସ୍ମୁତି ସମ୍ମାନ ତରଫରୁ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ନୟାଗଡ଼ ରେଡ଼କ୍ରସ ଫୋରମ୍ ର ମୁଖ୍ୟ ଉପଦେଷ୍ଟା ବିଭୁତି ଭୂଷଣ ପଟ୍ଟନାୟକ, ଫୋରମ୍‌ର ଫ୍ରଂଟଲାଇନ୍ ସ୍ୱେଚ୍ଛାସେବୀ ପ୍ରତାପ କୁମାର ରଣସିଂ, ଜ୍ୟୋତି ରଂଜନ ସାହୁ, ସୁଧାଂଶୁ ରଂଜନ ଦାସ ଙ୍କୁ କୋଭିଡ ଯୋଦ୍ଧାଭାବେ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଜାନକୀ ବଲ୍ଲବ ଜେନା, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ମିଶ୍ର, ଅମୀୟ ରଂଜନ ଜେନା, ବିଜୟାନନ୍ଦ ମହାପାତ୍ର, ପ୍ରତାପ ଷଡ଼ଙ୍ଗୀ, ଅଲେଖ ଭାଇ, ରବି ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଂପାଦକ ରଞ୍ଜନ ରଶ୍କୀ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବୃକ୍ଷ ହିଁ ପରମ ବନ୍ଧୁ, ଗଛ ବଂଚିଲେ ଆମେ ବଂଚିବା ଏହାକୁ ଗ୍ରହଣ କରି ଗୋପୀ ସାର୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୫ଟି ବଉଳ ଓ କଦମ୍ବ ଗଛ ଲଗାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.