Home ଜିଲ୍ଲା ପରିକ୍ରମା ମାଟ୍ରିକ ପରୀକ୍ଷାଫଳ : ଭଦ୍ରକ ଜିଲ୍ଲାରେ ପାଶ୍ ହାର ୯୬.୦୧ ପ୍ରତିଶତ, ଏ-୧ରେ ୧୦୯ଜଣ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାଫଳ : ଭଦ୍ରକ ଜିଲ୍ଲାରେ ପାଶ୍ ହାର ୯୬.୦୧ ପ୍ରତିଶତ, ଏ-୧ରେ ୧୦୯ଜଣ ଛାତ୍ରଛାତ୍ରୀ

3

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତବର୍ଷ ମାଟ୍ରିକ ପରୀକ୍ଷାଫଳ ୯୫.୬୭ ପ୍ରତିଶତ ରହିଥିବାବେଳେ ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ମାଟ୍ରିକ ପାଶହାର ୯୬.୦୧ ପ୍ରତିଶତ ରହିଛି। ଭଦ୍ରକ ଜିଲ୍ଲାର ମୋଟ ୨୧୭୨୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୦୪୯୯ଜଣ ପାଶ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୪୦୧ଛାତ୍ରୀ ରହିଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧୦୦୯୮ ରହିଛି। ସେହିଭଳି ଚଳିତ ବର୍ଷ ୯୦ପ୍ରତିଶତରୁ ଅଧିକ ମାର୍କ ରଖି ଏ-୧ ରେ ଊତୀର୍ଣ୍ଣ ହୋଇଛନ୍ତି ୧୦୯ଜଣ । ୮୦ରୁ ଅଧିକ ମାର୍କ ରଖି ଏ-୨ରେ ପାଶ କରିଛନ୍ତି ୬୬୭ଜଣ । ସେହିଭଳି ୭୦ପ୍ରତିଶତରୁ ଅଧିକ ମାର୍କ ରଖି ବି-୧ରେ ପାଶ କରିଛନ୍ତି ୧୫୭୦, ୬୦ପ୍ରତିଶତରୁ ଅଧିକ ମାର୍କ ରଖି ବି-୨ରେ ଉତୀର୍ଣ୍ଣ ହୋଇଛନ୍ତି ୩୦୭୬ଜଣ । ୫୦ପ୍ରତିଶତରୁ ଅଧିକ ମାର୍କ ରଖି ସି ଗ୍ରେଡ ପାଇଛନ୍ତି ୪୭୬୩ଜଣ । ୪୦ରୁ ଅଧିକ ମାର୍କ ରଖି ଡି ଗ୍ରେଡରେ ୫୯୦୬ଜଣ । ସେହିଭଳି ୩୩ ପ୍ରତିଶତରୁ ଅଧିକ ଓ ୪୦ପ୍ରତିଶତରୁ କମ୍ ମାର୍କ ରଖି ଇ ଗ୍ରେଡ ରେ ୪୪୦୮ଜଣ ପାଶ କରିଛନ୍ତି । ଅନ୍ୟପକ୍ଷରେ ୧୯୭ନମ୍ବରରୁ କମ୍ ମାର୍କ ରଖିଛନ୍ତି ୮୫୩ ଜଣ । ଏମାନେ ପୁନର୍ବାର ପରୀକ୍ଷା ଦେଇପାରିବେ । ପ୍ରକାଶ ଥାଉକି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାରୁ ୨୧୭୨୪ ଜଣ ଫର୍ମ ଫିଲପ୍ କରିଥିଲେ । ତେବେ ୩୭୨ଜଣ ଜଣ ପରୀକ୍ଷା ଦେଇନଥିଲେ । ଅବଶିଷ୍ଟ ୨୧୩୫୨ଜଣ ପରୀକ୍ଷା ଦେଇଥିଲେ । ତେବେ କପି କରି କେହି ଧରାପଡିଥିଲେ । ଗତ ବର୍ଷ ୨୦ହଜାର ୯୧୧ଜଣ ଫର୍ମ ଫିଲପ କରିଥିଲେ । ପରୀକ୍ଷା ଦେଇଥିଲେ ୨୦ହଜାର ୫୭୩ଜଣ । ପାଶ କରିଥିଲେ ୧୯ହଜାର ୬୮୨ଜଣ । ୮୯୧ଜଣ ଫେଲ ହୋଇଥିଲେ । ୩୩୮ଜଣ ଅନୁପସ୍ଥିତ ଥିଲେ । ଗତଥର ଏ-୧ରେ ୬୫ଜଣ ପାଶ୍ କରିଥିବା ବେଳେ ଏ-୨ ରେ ୪୮୩, ବି-୧ ରେ ୧୩୨୫, ବି-୨ରେ ୨୯୦୬, ସି ରେ ୫୭୦୮, ଡି ରେ ୬୨୪୬ଜଣ ପାଶ କରିଥିଲେ । ଇ ରେ ୩୫୭୯ଜଣ ପାଶ୍ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଜିଲା ଶିକ୍ଷାଧିକାରୀ ଡ.ଜଗବନ୍ଧୁ ସାହୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.