Home କେନ୍ଦୁଝର ମାଛଗଡ଼ ରେ ରାବଣପୋଡି

ମାଛଗଡ଼ ରେ ରାବଣପୋଡି

104

ପାଟଣା ୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି)- କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ସଡ଼କ ସାହିରେ ମା ଦୁର୍ଗାପୂଜା କମିଟି ତରଫରୁ ଚଳିତ ମା ଦୁର୍ଗା ଙ୍କ ପୂଜା ସହିତ ମଙ୍ଗଳବାର ୧୨ ତମ ରାବଣପୋଡି ମହାଡ଼ମ୍ବରରେ ସମ୍ପର୍ଣ୍ଣ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାଛଗଡ ସରପଞ୍ଚ ଈଶ୍ୱର ନାଏକ ବ୍ଲକ ଉପାଧକ୍ଷା କିରଣ ବାଳା ସିଂ. ସମିତିସଭ୍ୟ ରଞ୍ଜନ କୁମାର ସାହୁ ବିଜେଡି କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ସାହୁ ୩୦ ନମ୍ବର ଯୋନର ପୂର୍ବତନ ଜିଲାପରିଷଦ ସଦସ୍ୟ ଟିପୁ ନାଥ ହୋ ମାଛଗଡ଼ ନାଏବ ସରପଞ୍ଚ ସୁରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ। ରାତ୍ର ୧୦ ଟା ସମୟରେ ରାବଣ ପୋଡି କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା।ରାବଣ ପୋଡି ଦେଖିବା ପାଇଁ ଆଖପାଖ ଅଞ୍ଚଳର ୫ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା।ଶାନ୍ତିଶୃଙ୍ଖଳା ପାଇଁ ଘଟଗାଁ ଏସ.ଡି.ପି.ଓ ରବୀନ୍ଦ୍ର ମଲ୍ଲିକ ପାଟଣା ଥାନା ଅଧିକାରୀ ସଂଧ୍ୟାରଣୀ ଜେନା.ସାହାରପଡା ଫାଣ୍ଡି ଅଧିକାରୀ ମନରଞ୍ଜନ ମହାନ୍ତ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.