Home ଜିଲ୍ଲା ପରିକ୍ରମା ମାଓବାଦୀ ଯବାନ ମଧ୍ୟରେ ଗୁଳିବିନିମୟ,କ୍ୟାର୍ଡର ମାଓବାଦୀ ମୃତ,ଏକେ୪୭ ବନ୍ଧୁକ ଓ ଗୋଳାବାରୁଦ ଜବତ

ମାଓବାଦୀ ଯବାନ ମଧ୍ୟରେ ଗୁଳିବିନିମୟ,କ୍ୟାର୍ଡର ମାଓବାଦୀ ମୃତ,ଏକେ୪୭ ବନ୍ଧୁକ ଓ ଗୋଳାବାରୁଦ ଜବତ

12

ମାଲକାନଗିରି,୨୬ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଆଜି ମାଓବାଦୀ ଯବାନ ମଧ୍ୟରେ ଗୁଳିବିନମୟ ଘଟିଛି । ପୁଲିସ ଗୁଳିରେ ଜଣେ ମାଓ କ୍ୟାର୍ଡରଙ୍କର ମୃତ୍ୟୁ ହେବା ସହ ଏକେ୪୭ ଗୋଳାବାରୁଦ ମାଓସାମଗ୍ରୀ ପୁଲିସ ଜବତ କରିଛି ।ସ୍ୱାଭିମାନ ଅଚଂଳରେ ମାଓବାଦୀଙ୍କ ଗୁପ୍ତବୈଠକ ହେଉଥିବାର ଖବର ପାଇ ଆଜି ସକାଳେ ଏସଓଜି,ଡିଭିଏଫ ଯବାନ ମାନେ ମାଓପ୍ରବଣ ଚିତ୍ରକୋଣ୍ଡା ଯନ୍ତ୍ରୀ ଅଚଂଳକୁ କୁମ୍ବିଂ ଅପରେସନରେ ଯାଇଥିଲେ । ମାଓବାଦୀ ମାନେ ପ୍ରଥମେ ଯବାନ ମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ ।ତାର ପାଲଟା ଜବାବରେ ଏସଓଜି ଡିଭିଏଫ ଯବାନ ମାନେ ମାଓବାଦୀଙ୍କ ଉପରକୁ ଗୁଳିଚଳାଇ ଥିଲେ । ଉଭେୟଙ୍କ ମଧ୍ୟରେ ପ୍ରାୟ ୪୦ମିନିଟ ରୁ ଉର୍ଦ୍ଦ ସମୟ ଧରି ଗୁଳିବିନିମୟ ହୋଇଥିଲା । ଯବାନ ମାନଙ୍କୁ ମୁକାବିଲା କରି ନପାରି କିଛି କ୍ୟାର୍ଡର ମାଓବାଦୀ ସହ ଅନ୍ୟ ମାଓବାଦୀ ମାନେ ଘଚଂ ଜଙ୍ଗଲରେ ଛତ୍ର ଭଙ୍ଗଦେଇ ଲୁଚିପଳାଇ ଛନ୍ତି । ଯବାନ ମାନେ ସେହି ଜଙ୍ଗଲରେ ସର୍ଚଅପରେସନ କରିବାରୁ ଜଣେ କ୍ୟାର୍ଡର ମାଓବାଦୀର ମୃତଶରୀର ଉଦ୍ଧାର ହେବା ସହ ମୃତ ଶରୀର ନିକଟରୁ ଅତ୍ୟାଧୁନିକ ଏକେ୪୭ ବନ୍ଧୁକ,ଗୋଳାବାରୁଦ ବହୁପରିମାଣର ମାଓସାମଗ୍ରୀ ପୁଲିସ ଜବତ କରିଛନ୍ତି । ମୃତ ମାଓବାଦୀ ଙ୍କ ସଠିକ ପରିଚୟ ମିଳିପାରିନଥିବା ବେଳେ ସେ ସ୍ୱାଭିମାନ ଅଚଂଳର ଜଣେ ଆଗଧାଡିର କ୍ୟାର୍ଡର ମାଓବାଦୀ କିଶୋର ହୋଇ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ,ତାଙ୍କ ମୁଣ୍ଡଉପରେ ରାଜ୍ୟ ସରକାର ୮ ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବାର ଜଣାପଡିଛି । ଏକା ଧିକ ମାଓବାଦୀ ମୃତଆହତ ହୋଇଥିବା ସନ୍ଦେହରେ ସନ୍ଧ୍ୟାପର୍ଯ୍ୟନ୍ତ ଯନ୍ତ୍ରୀ ଜଙ୍ଗଲରେ ଯବାନ ମାନଙ୍କ ପ କ୍ଷରୁ ସର୍ଚଅପରେସନ ଚାଲିଥିବାର ସୁଚନା ମିଳିଛି । ସ୍ୱାଭିମାନ ଅଚଂଳ ଦୁର୍ଗମ ଅପହଁଚ ଇଲାକା ହୋଇଥିବାରୁ ସେଠାରେ ମୋବାଇଲ ନେଟ ଓ୍ୟର୍କ ଲାଗୁନଥିବାରୁ ସଠିକ ବିବରଣୀ ହସ୍ତ ଗତ ହୋଇପାରି ନାହିଁ । ସ୍ୱାଭିମାନ ଅଚଂଳରେ ଗୁରୁପ୍ରୀୟା ସେତୁ ନିର୍ମାଣ ହୋଇଯିବା ପରେ ବିଛିନ୍ନାଚଂଳର ବିଭିନ୍ନ ଦୁର୍ଗମ ଗ୍ରାମକୁ ସଡକପଥରେ ଯୋଗା ଯୋଗ ହୋଇପାରିଛି । ଏକଦା ଦୁର୍ଗମ ଅପହଁଚ ପାଲଟିଥିବା ବିଚିନ୍ନାଚଂଳ ଏବେ ସବୁ କ୍ଷେତ୍ରରେ ଆଗୁଆ ହୋଇ ସ୍ୱାବିମାନଅଚଂଳ ପାଲଟି ଯାଇଛି । ବିଭିନ୍ନ ଦୁର୍ଗମ ମାଓପ୍ରବଣ ଇଲାକାରେ ବିଏସଏଫ,ପୁଲିସର କ୍ୟାମ୍ପପ୍ରତିଷ୍ଠା ହେବା ଦ୍ୱାରା ମାଓବାଦୀ ସମସ୍ୟା ଧିରେ ଧିରେ ହ୍ରାସପାଇବାକୁ ଲାଗିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.