Home ଓଡ଼ିଶା ମାଓବାଦୀ ଯବାନ ଗୁଳିବିନିମୟ, ମାଓକ୍ୟାମ୍ପରୁ ବନ୍ଧୁକ ଗୋଳାବାରୁଦ ଜବତ

ମାଓବାଦୀ ଯବାନ ଗୁଳିବିନିମୟ, ମାଓକ୍ୟାମ୍ପରୁ ବନ୍ଧୁକ ଗୋଳାବାରୁଦ ଜବତ

52

ମାଲକାନଗିରି,୧୬ ।୬ ( ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ କୁଲାବେଢା ଜଙ୍ଗଲରେ ମାଓବାଦୀ ଯବାନ ମାନଙ୍କ ମଧ୍ୟରେ ଗୁଳି ବିନମୟ ଘଟିଛି,ଯବାନ ମାନଙ୍କୁ ମୁକାବିଲା କରିନପାରି ମାଓବାଦୀ ମାନେ ଛତ୍ର ଭଙ୍ଗଦେଇ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ମାଓକ୍ୟାମ୍ପରୁ ବନ୍ଧୁକ ବୁପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇ ମାଓବାଦୀ ମାନଙ୍କ ହିଂସାକାଣ୍ଡ ଯୋଜନାକୁ ପଣ୍ଡକରାଯାଇଛି । ଏ ସଂପର୍କରେ ଆଜି ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି । କୋରାପୁଟ ମାଲକାନଗରି ସୀମାନ୍ତରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ ଚାଲିଥିବାର ଗୋଇନ୍ଦାବିଭାଗ ସୁତ୍ରରୁ ଖବର ପାଇ ଗତ ଦୁଇଦିନହେଲା ମାଲକାନଗିରି ଜିଲ୍ଲାର ଡିଭିଏଫ ଓ ଏସଓଜି ଯବାନ ମାନେ ସେହି ଜଙ୍ଗଲକୁ କୁମ୍ବିଂ ଅପରେସନରେ ଯାଇଥିଲେ । ମାଓସର୍ଚ ଅପରେସନ ସାରି ଫେରୁଥିବା ବେଳେ ମାଥିଲି ଥାନାସ୍ଥ କୁଲାବେଢା ଗ୍ରାମ ନିକଟ ଜଙ୍ଗଲରେ ହଟାତ ମାଓବାଦୀ ମାନେ ଯବାନ ମାନଙ୍କ ଉପରକୁ ଗୁଳିଚଳାଇଥିଲେ । ତାରପଲଟା ଜବାବରେ ଯବାନ ମାନେ ମଧ୍ୟ ଗୁଳିଚାଳନା କରିଥିଲେ, ଉଭୟଙ୍କ ମଧ୍ୟରେ କିଛିସମୟ ଧରି ଗୁଳିବିନିମୟ ହୋଇଥିଲା । ଯବାନ ମାନଙ୍କୁ ମୁକିବିଲା କରି ନପାରି ମାଓବାଦୀ ମାନେ ଜଙ୍ଗଲରେ ଛତ୍ରଭଙ୍ଗଦେଇ ଲୁଚି ପଳାଇଥିଲେ । ସେହି ଜଙ୍ଗଲରେ ଯବାନ ମାନେ ସର୍ଚଅପରେସନ କରିବାରୁ ମାଓକ୍ୟାମ୍ପରୁ ୧ଟି ଇନସାସ ରାଇଫଲ,ବହୁପରିମାଣର ଗୁଳି,ଏକ୪୭ ବନ୍ଧୁକର ମେଗାଜିନ,ଡେଟୋନେଟର,ବ୍ୟାଟେରି, ପାଓ୍ୟାର ବ୍ୟାଙ୍କ,ବିସ୍ପୋରକ ଦ୍ରବ୍ୟ,ମାଓ କିଟ ବ୍ୟାଗ,ସୋନି କମ୍ପାନିର ଡିଜିଟାଲ କ୍ୟାମେରା,ମାଓ ପୋଷାକ, ପୋଷ୍ଟର,ବ୍ୟାନର,ମାଓପୁସ୍ତକ ସହିତ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରିଛନ୍ତି । ଆଜି ମାଲକାନଗରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜବତ ହୋଇଥିବା ମାଓବାଦୀଙ୍କ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ପୁଲିସ ମାହା ନିର୍ଦ୍ଦେଶକ ସକ୍ରିୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି । ମାଓପ୍ରବଣ ଅଚଂଳରେ ପୁଲିସର ଉପସ୍ଥିତିରେ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ହୋଇପାରୁଥିବାରୁ ମାଓବାଦୀ ମାନେ ଗ୍ରାମବାସୀଙ୍କ ସମର୍ଥନ ହରାଉଛନ୍ତି । ଏବେ ମହାମାରି କରୋନା ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ସେଥିରୁ ବାଦପଡି ନାହାଁନ୍ତି ମାଓବାଦୀ ମାନେ, ସେମାନେ କରୋନା ସଂକ୍ରମଣ ହୋଇ ଚିକିତ୍ସିତ ହୋଇପାରୁ ନାହାନ୍ତି ,ହିଂସା ଛାଡି ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇ କୋଭିଡ ଚିକିତ୍ସା ପାଇବା ସହିତ ଅନ୍ୟାନ ସମସ୍ତ ପ୍ରକାର ସରକାରି ସହାୟତା ସେମାନଙ୍କୁ ଯୋଗାଇଦିଆ ଯିବ ବୋଲି ଏସପି ଶ୍ରୀ ଖିଲାରୀ ମାଓବାଦୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.