Home କେନ୍ଦୁଝର ହଦଗଡ ଡ୍ୟାମର ତୋରଣ ଭାଙ୍ଗିଲା

ହଦଗଡ ଡ୍ୟାମର ତୋରଣ ଭାଙ୍ଗିଲା

50

ହାଟଡ଼ିହି, ୧୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହଦଗଡ ଡ୍ୟାମର ଜିରୋ ପଏଣ୍ଟ ନିକଟରେ ଗତ କିଛିବର୍ଷ ପୁର୍ବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ତୋରଣଟି ଭାଙ୍ଗି ଯାଇଥିବା ଜଣାଯାଇଛି । ଅତିନିମ୍ନ ମାନର କାମ ଯୋଗୁଁ ଏପରି ହେଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ହଦଗଡରେ ଯେତେ ସବୁକାମ ହେଉଛି ତାହା ନିମ୍ନମାନର । କାମ ବେଳେ ଠିକାଦାର ଯାହିତାହି ଭାବେ କାମ କରୁଥିବାରୁ କାମ ଗୁଡିକ ଦିନ କେଇଟା ଭିତରେ ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମର ସୁରକ୍ଷା ଲାଗି ଉଭୟ ପାଶ୍ୱର୍ରେ ଦୁଇଟି ତୋରଣ ନିର୍ମାଣ କରାଯାଇ ଗେଟ ଲଗାଯାଇଥିଲା । ଯେପରି କେହି ବ୍ୟକ୍ତି ବିନା ଅନୁମତିରେ ଡ୍ୟାମ ଉପରକୁ ଯାଇ ନପାରିବେ ସେଥିପାଇଁ ସବୁବେଳେ ଏହାକୁ ତାଲା ପକାଯାଉ ଥିଲା । କିନ୍ତୁ ଗତ କିଛିଦିନ ତଳେ ଜିରୋ ପଏଣ୍ଟ ନିକଟରେ ନିର୍ମାଣ ହୋଇଥିବା ଏହି ତୋରଣଟି ଭାଙ୍ଗି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲୁଛି । ଲୋକମାନେ ଯିବା ଆସିବା କରିବାକୁ ମଧ୍ୟ ଭୟ କରୁଛନ୍ତି । ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏନସିସି ଠିକାସଂସ୍ଥା ପାଇପ୍‌ଲାଇନ କାମ କରୁଥିବା ବେଳେ ତୋରଣର ମୁଳକୁ ଅଧିକ ଗଭୀରର ମାଟି ତାଡି ପକାଇଦେ ଇଥିବାବେଳେ ଗତ ‘ୟାସ’ ବାତ୍ୟାରେ ତାହା ଦବି ଯାଇଥିଲା ଓ କମ୍ପାନୀର ଏକ ଗାଡି ଲାଗିଯିବାରୁ ତାହା ଭାଙ୍ଗିଯାଇଛି । କମ୍ପାନୀ କର୍ତ୍ତୁପକ୍ଷଙ୍କ ସହିତ ଆମେ କଥା ହୋଇଛୁ ସେ ଏହାକୁ ପୁନଃ ନିର୍ମାଣ କରିବ ବୋଲି କହିଛି ବୋଲି କନିଷ୍ଠଯନ୍ତ୍ରୀ କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଏନସିସି କମ୍ପାନୀ ମେଗା ୱାଟର ପ୍ରୋାଜେକ୍ଟ କାମ ନାମରେ କୋଟି କୋଟି ଟଙ୍କାର ରାସ୍ତାକାମକୁ ଖୋଳି ନଷ୍ଟ କରୁଥିବାବେଳେ ଏହି ତୋରଣଟିକୁ ଭାଙ୍ଗି ଦେବା କେତେଦୁର ଯୁକ୍ତିଯୁକ୍ତ । ହଦଗଡକୁ ଏବେ ଅନେକ ପର୍ଯ୍ୟଟକ ଯାତାୟତ କରୁଥିବାବେଳେ ଯଦି କିଛି ଅଘଟଣ ଘଟେ ତେବେ କିଏ ଦାୟୀ ରହିବ ଏଜଳସମ୍ପଦ ବିଭାଗ ନା ଏନସିସି କର୍ତ୍ତୁପକ୍ଷ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ହଦଗଡ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.