Home ଓଡ଼ିଶା ମାଓବାଦୀଙ୍କ ସାକ୍ଷାତକାର ନେବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଓବାଦୀଙ୍କ ଦୁବର୍୍ୟବହାର ଅଭିଯୋଗ

ମାଓବାଦୀଙ୍କ ସାକ୍ଷାତକାର ନେବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଓବାଦୀଙ୍କ ଦୁବର୍୍ୟବହାର ଅଭିଯୋଗ

131

ମାଲକାନଗିରି,୩୦ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଦୁର୍ଗମ ଆନ୍ଦ୍ରସୀମାନ୍ତ କୁସୁମପୁଟ ମଓପ୍ରବଣ ଅଚଂଳକୁ ଜିଲ୍ଲାସଦର ମହକୁମାଠାରୁ କିଛି ଗଣମାଧ୍ୟମ ପ୍ରତିନିଧି ମାଓବାଦୀଙ୍କ ଡାକରା ପାଇ ସେମାନଙ୍କ ସାକ୍ଷାତ କାର ଆଣିବାକୁ ଯାଇଥିଲେ । ସେହି ଜଙ୍ଗଲରେ ପହଁଚିବା ପରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଓବାଦୀ ମାନେ ସାକ୍ଷାତ କାରଦେଇ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁଲିସ ସୁଚନାଦାତା କହି ଦୁବ ର୍୍ୟବହାର ଦେଖାଇ ଅପମାନିତ କରି ସେ ସ୍ଥାନ ତୁରନ୍ତ ଛାଡି ଚାଲିିବା ପାଇଁ ଧମକ ଦେଇଥିବାର ଅଭିଯୋଗ ହୋଇଛି ।ସଭାସ୍ଥଳରୁ ତଡିଦେଇ ଦୀର୍ଘ ସମୟ ଧରି ସେମାନଙ୍କୁ ଜଙ୍ଗଲ ମଧ୍ୟରେ ମାଓସମର୍ଥକ ମାନେ ଜଗିରହିଥିଲେ । ମାଓବାଦୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥି ଭୁମିକାନେଇ ଅନେକ ସମସ୍ୟା ଦୁରକରିଥାନ୍ତି,ମାଓବାଦୀ ଙ୍କ ଖବର ଓ ପ୍ରେସନୋଟ ମାଧ୍ୟମରେ ସେମାନଙ୍କ ବିବୃତି ସରକାର ଓ ଜନସାଧାରଣ ଙ୍କ ନିକଟରେ ପହଁଚାଇଥାନ୍ତି । ଏପରି ସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡାକି ଅପମାନିତ କରିବା କେତେ ଦୁର ସମୁଚିନ, ମାଓବାଦୀଙ୍କ ଏହି ଘଟଣା କୁ ଜିଲ୍ଲାର ସମସ୍ତ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.