Home ଓଡ଼ିଶା ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା କଲେ କ୍ରୀଡା ମନ୍ତ୍ରୀ

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା କଲେ କ୍ରୀଡା ମନ୍ତ୍ରୀ

38

ମାଲକାନଗିରି,୩୦ା୭ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟ କ୍ରଡୀ ଯୁବବ୍ୟାପର,ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ଶିକ୍ଷା,ଆଦିବାସୀ ଉନ୍ନୟନ,ପାନୀୟଜଳ ଯୋଗଣ,ଉଠାଜଳ ସେଚନ,କ୍ଷୁଦ୍ରଜଳ ସେଚନ,ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ,ବିଦ୍ୟୁତ କରଣ,ମହିଳା ଓ ଶିଶୁ କଲ୍ୟାଣ,ମିଶନ ଶକ୍ତୀ,ଅନୁସୁଚିତ ଜନଜାତୀ ଓ ଜନଜାତୀ କଲ୍ୟାଣ,ଶିକ୍ଷା,ଗମନା ଗମନର ଉନ୍ନତି ସହ ସେତୁ ଯୋଜନା ମଧ୍ୟମରେ କରାଯାଉଥିବା ଅଗ୍ରଗତି ସଂପ୍ରକେ ଆଲୋଚନା ହୋଇଥିଲା । ବିଶେଷ କରି ଶିକ୍ଷାବିଭାଗ, ସହରାଚଂଳ ଓ ଗ୍ରାମାଚଂଳ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ଉପାନ୍ତ ଅଚଂଲ ଓ ଆନ୍ତରାଜ୍ୟ ସୀମାରେ ଥିବା ଗ୍ରାମଗୁଡିକୁ ରାସ୍ତା,ପାନୀୟଜଳ ସହିତ ଅନ୍ୟାନ ଉନ୍ନତି ପ୍ରତି ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ସହିତ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ରବାକା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଜିଲ୍ଲାପାଳ ବୀଶାଲ ସିଂ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟା,ଉପଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଏଫଓ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଯୋଜନା ଗୁଡିକର ସମିକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.