Home ଜିଲ୍ଲା ପରିକ୍ରମା ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ ଓ ରୋଟାରୀ କ୍ଳବ ମିଡ଼୍‌ଟାଉନ ସହଯୋଗରେ ମାଗଣା ଖାଦ୍ୟ...

ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ ଓ ରୋଟାରୀ କ୍ଳବ ମିଡ଼୍‌ଟାଉନ ସହଯୋଗରେ ମାଗଣା ଖାଦ୍ୟ ସାମଗ୍ରୀ ବଂଟନ

16

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ ମିଡ଼୍ ଟାଉନ ଭଦ୍ରକ ଓ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ ମିଳିତ ଉଦ୍ୟମରେ ଚରମ୍ପା ସ୍ଥିତ ଅଗ୍ରସେନ ଭବନରେ ସ୍ଥାନୀୟ ଅଂଚଳର ଗରିବ, ବସ୍ତିବସିନ୍ଦାଙ୍କୁ ମାଗଣା ଶୁଖିଲାଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି । ରୋଟାରୀ ମିଡ଼୍ ଟାଉନର ସଭାପତି ପବିତ୍ର ମୋହନ ଖିଲାରଙ୍କ ସଭାପତିତ୍ୱ ଏବଂ ରୋଟାରିଆନ ଶିଶିର ମିଶ୍ରଙ୍କ ସଂଯୋଜନାରେ ଏକ ସଭା କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ କ୍ଲବର ଏଭଳି ଜନହିତକର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ରୋଟାରୀ ଜିଲ୍ଲାର ପୂର୍ବତନ ଗଭର୍ଣ୍ଣର ଅଜୟ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ସୁଦୂର ପ୍ରସାରୀ ହୋଇ ସମଗ୍ର ଜିଲ୍ଲାରେ କରାଯିବାକୁ ପରାମର୍ଶ ଦେଇଥିଲେ । ରୋଟାରିଆନ ପ୍ରୀତିରଞ୍ଜନ ଜେନା କ୍ଲବର ସ୍ଥାୟୀ ଗୃହ ନିର୍ମାଣ ସମ୍ପର୍କରେ ସଦସ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତାଙ୍କର ପ୍ରଚେଷ୍ଟା ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ୭ଶହରୁ ଉର୍ଦ୍ଧ୍ୱ ପରିବାରକୁ ଶୁଖିଲା ଖାଦ୍ୟ ସମାଗ୍ରୀ ପ୍ରଦାନ କରାଯାଇଥିଲା । ଶିଶିର ମିଶ୍ରଙ୍କ ଉଦ୍ୟମ ଓ ପ୍ରଚେଷ୍ଟାରେ ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କ ସହଯୋଗ ଓ ରୋଟାରୀ ମିଡ଼୍‌ଟାଉନର ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ରୋଟାରିଆନ ବେଦପ୍ରକାଶ ଗୁପ୍ତା, ଇନ୍ଦ୍ରଜିତ୍ ସିଂ, ପ୍ରମୋଦ ଲାଖାନୀ, ସନାତନ ଜେନା, ବିକ୍ରମ ଖେମ୍‌କା, ରାହୁଲ ଖେରିଆ, ଅଶୋକ ଲାଖାନୀ, ନିମେଶ ପାରେଖ, ଗୌରବ ଅଗ୍ରୱାଲ, ପ୍ରୀତି ଅଗ୍ରୱାଲ, ନିରଞ୍ଜନ ମଲ୍ଲିକ, ଭଦ୍ରକ ରୋଟାରୀ କ୍ଳବର ସଭାପତି ବସନ୍ତ ପାଣିଗ୍ରାହୀ ପ୍ରମୁଖ ରୋଟାରିଆନ୍‌ମାନେ ଯୋଗ ଦେଇଥିଲେ । ରୋଟାରିଆନ ରତନଲାଲ ଗୁପ୍ତା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.