Home ଓଡ଼ିଶା ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ଜିଲ୍ଲାରେ ହାଇ ଆଲର୍ଟ ଜାରି, ସରକାରି ବସ ଚଳାଚଳ ବନ୍ଦ,...

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ଜିଲ୍ଲାରେ ହାଇ ଆଲର୍ଟ ଜାରି, ସରକାରି ବସ ଚଳାଚଳ ବନ୍ଦ, ଯାତ୍ରୀ ହଟ ହଟା

111

ମାଲକାନଗିରି, ୨।୧୨ (ଓଡିଆ ପୁଅ ) ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏହାର ପ୍ରଭାବ ପଡିନଥିବା ବେଳେ ମାଓପ୍ରବଣ ମୋଟୁ, କାଲିମେଳା, ପଡିଆ, ମାଥିଲି, ମହୁପଦର, ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ କିଛି ଅଂଶରେ ପ୍ରଭାବ ପଡିଛି। ମାଲକାନଗିରି ଜିଲ୍ଲାରେ ମାଓବାଦୀ ମାନେ ପିଏଲଜିଏ ସପ୍ତାହ ଅବସର ରେ ବିଭିନ୍ନସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇ ଆଜି ପ୍ରଥମଦିବସରେ ନାଚଗୀତ ମାଧ୍ୟମରେ ସହିଦସ୍ତମ୍ବ ନିକଟରେ ପିଏଲଜିଏ ସପ୍ତାହ ପାଳିଛନ୍ତି। ମାଓବାଦୀଙ୍କ ଭୟରେ ମାଲକାନଗିରି କୁ ଚଳା ଚଳକରୁଥିବା ସମସ୍ତ ସରକାରି ବସ ଗୁଡିକ ବନ୍ଦ ରହିଛି, ମାଓପ୍ରବଣ କାଲିମେଳା ମୋଟୁ, ପଡିଆ, ଏମଭି୭୯, ଅଚଂଳକୁ କାଁ ଭାଁ କିଛି ଘରୋଇବସ ଓ ଛୋଟ ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ସରାକରି ବସ ଗୁଡିକ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳ ସହିତ, କୋରାପୁଟ, ନବରଂଗପୁର, ବିଶାଖାପାଟଣା, ବିଜୟନଗରମ, ଭୁବନେଶ୍ୱର, ଭବାନିପାଟଣା, ଏମିତି ୧୪ ଟି ରୁଟରେ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏପରିକି ମାଲକାନଗିରି ଜିଲ୍ଲାରେ ଚଳାଚଳ କରୁଥିବା ଭୁବନେଶ୍ୱର, ବ୍ରହ୍ମପୁର, ଭଜଂନଗର, ବିଶାଖାପାଟଣା, ବିଜୟନଗରମ, କୋରପୁଟ, ଭବାନିପାଟଣା, ବାଲିମେଳା-କଟକ, ଚିତ୍ରକୋଣ୍ଡା-କଟକ, ବିଜୟନଗରମ, ବ୍ରହ୍ମପୁର, ଆସିକା, ଆଦି ଦୂରଗାମି ସରାକାରି ବସ ସହିତ ଜିଲ୍ଲା ଭିତରେ ରେ ଚଳପ୍ରଚଳ କରୁଥିବା ମୋଟୁ-କୋରାପୁଟ, କାଲିମେଳା, ମାଥିଲି, ମହୁପଦର, ମୁଦୁଲିପଡା, ଚିତ୍ରକୋଣ୍ଡା, ବାଲିମେଳା, ଖଇରପୁଟ, ତେନ୍ତୁଲିଗୁମ୍ମା, ପଡିଆ-ଜୟପୁର, ମାଲକାନଗିରି- ଜୟପୁର, ରୁଟର ସରକାରି ବସଗୁଡିକ ୧ତାରିଖ ଠାରୁ ବନ୍ଦହୋଇ ଯାଇଛି, ଏହି ସବୁ ସ୍ଥାନକୁ ଗମନାଗମନର ଏକ ମାତ୍ର ମାଧ୍ୟମ ସରକାରି ବସ ହୋଇଥିବାରୁ ସେହି ସବୁସ୍ଥାନର ଗ୍ରାମବାସୀ ଓ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି, ମାଲକାନଗିରି ବସଷ୍ଟାଣ୍ଡ ଠାରେ ଥିବା ରାଜ୍ୟସଡକ ପରିବହନ ବିଭାଗର ଟିକେଟ କାଉଟଂରରେ ତାଲି ପଡିଯାଇଛି।ବିଶେଷ କରି ମାଲକାନଗିରି ଜିଲ୍ଲା ଏମଭି୭୯ ଓ ମାଲକାନଗିରି ଠାରୁ ବିଶାଖାପାଟଣା, ବିଜୟନଗରମ କୁ ଚଳାଚଳକରୁଥିବା ଦୁଇଟି ସରକାରି ବସ ଦୀର୍ଘ୭ଦିନ ଧରି ବନ୍ଦ ରହୁଥିବାରୁ ବିଶାଖାପାଟଣା ହସପିଟାଲକୁ ଚିକିତ୍ସାନିମନ୍ତେ ଯାଉଥିବା ରୋଗୀ ମାନେ ନାହଁ ନଥିବା ହଇରାଣ ହେଉଛନ୍ତି। ବିଶାଖାପାଟଣା କି ବିଜୟନଗରମକୁ ଏହି ସରକାରି ବସକୁ ଛାଡିଦେଲେ କୌଣସି ଘରୋଇବସ କି ଅନ୍ୟାନ ଯାନବାହନ ଚଳାଚଳ କରୁନଥିବାରୁ ଯାତ୍ରୀ ମାନେ ହଟହଟା ହେଉଛନ୍ତି। ଅନେକ ସ୍ଥାନକୁ ବସଚଳା ଚଳ କରୁନଥିବାରୁ ଛୋଟ ଯାନ ଯଥା କମାଣ୍ଡର, ବୋଲେର, କାର, ଜିପ ଗାଡିଚାଳକ ମାନେ ଯାତ୍ରୀ ମାନଙ୍କ ଠାରୁ ତିନିଗୁଣା ଭଡା ନେଉଥିବାର ଜଣାପଡିଛି। କେତକ ବସ ମାଲକାନଗିରି ନିୟନ୍ତ୍ରିତ ବଜାରକମିଟି କାର୍ଯ୍ୟାଳୟ ପରିସରରେ ରହିଥିବା ବେଳେ ଅନ୍ୟକେତକ ବସ ଜୟପୁର ଠାରେ ଅଟକି ରହିଛି। ଗତ କିଛି ଦନିତଳେ କେନ୍ଦ୍ରୀୟ ମାଓବାଦୀ କମିଟିର ମହାସଚିବ ଗଣପତିଙ୍କ ବଦଳରେ ଦୁର୍ଦ୍ଦାନ୍ତ ମାଓନେତା ବାସବା ରାଓ ଓରଫ କେଶବ ରାଓ ନୁତନଭାବେ ମହାସଚିବ ଦାଇତତ୍ୱ ନେଲାପରେ ମାଓସଂଗଠନ ଅଧିକ ସକ୍ରୀୟ ସହ ହିଂସ୍ର ହୋଇଉଠିଛନ୍ତି। ମାଓବାଦୀଙ୍କ ପିଏଲଜିଏ ସପ୍ତାହପାଳନ ବେଳେ କୈଣସି ହିଂସାକାଣ୍ଡର ଆଶଙ୍କା କୁ ଆଖି ଆଗରେ ରଖି ଛତିଶଗଡ, ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଓଡିଶା ସୀମାନ୍ତ ସିଲ୍ କରା ଯାଇ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି, ବିଭିନ୍ନ ମାଓପ୍ରବଣ ଅଚଂଳରେ ବିଏସଏଫ, ଏସଓଜି ଯବାନ ଓ ଜିଲ୍ଲାପୁଲିସ ପକ୍ଷରୁ ଯୋରଦାର କଂମ୍ବି ସର୍ଚ ଅପରେସନ, ପେଟ୍ରୋଲିଂ ସହ ଯାନବାହନ ଗୁଡିକୁ ବ୍ୟାପକ ଭାବେ ଯାଚଂ ଚାଲିଛି ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନାଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଏସଏଫ କ୍ୟାମ୍ପ ଖୋଲାଯିବା ଓ ବ୍ୟାପକ ଭାବେ ପୁଲିସ ପକ୍ଷରୁ ମାଓପ୍ରବଣ ଅଚଂଳରେ ଖାନତଲାସି ଜାରି ରହିବା ହେବା ଦ୍ବାରା ମାଓବାଦୀ ମାନେ ସହର ଓ ଗାଁ ମାନଙ୍କ ଭିତରେ ପୁଲିସ ଭୟରେ ଉତ୍ସବ ପାଳିପାରି ନଥିବାବେଳେ ଦୁର୍ଗମ, ବିଛିନ୍ନାଚଳ, ଜଙ୍ଗଲ ଓ ଗାଁ ଗହଳରେ ଥିବା ମାଓସିହଦ ପିଲର ନିକଟରେ ପିଏଲଜିଏ ଉତ୍ସବ ନାଚଗୀତ ମାଧ୍ୟମରେ ପାଳିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.