Home ଜିଲ୍ଲା ପରିକ୍ରମା ମାଓପ୍ରବଣ ଦୁର୍ଗମ ଆଦିବାସୀ ଗ୍ରାମରେ ଯୁବଗୋଷ୍ଠି ଙ୍କ ସଫେଇ ଓ ସ୍ୱଚ୍ଚଭାରତ କାର୍ଯ୍ୟକ୍ରମ

ମାଓପ୍ରବଣ ଦୁର୍ଗମ ଆଦିବାସୀ ଗ୍ରାମରେ ଯୁବଗୋଷ୍ଠି ଙ୍କ ସଫେଇ ଓ ସ୍ୱଚ୍ଚଭାରତ କାର୍ଯ୍ୟକ୍ରମ

66

ମାଲକାନଗିରି, ୧ା ୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଓପ୍ରବଣ ତେଲରାଇ ପଚାଂୟତ ସ୍ଥ ସିଙ୍ଗାଭରମ ଦୁର୍ଗମ ଆଦିବାସୀ ଗ୍ରାମରେ ଗତକାଲି ଠାରୁ ମାଲକାନଗିରି ଜିଲ୍ଲାରୁ ଏକ ଯୁବଗୋଷ୍ଟି ଯାଇ ଗ୍ରାମସଫେଇ ସହ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମାଲକାନଗିରି ର ସିପିଏଫ ସଂସ୍ଥାର ପ୍ରକଳ୍ପ ସଂଯୋଜକ ବସନ୍ତକୁମାର ନାୟକ ନେତୃତ୍ୱରେ ଦେବାଶିସ ଢାଲି, ବିଶ୍ୱନାଥ ସିଲ, ମନୋଜ ସତପଥ ଓ ଅନ୍ୟକିଛି ଯୁବକଙ୍କୁ ନେଇ ସିଙ୍ଗାଭରମ ଗ୍ରାମରେ ପହଁଚି ଗ୍ରାମରେ ସ୍ୱଚ୍ଛଭାରତ ମିଶନର ଏକ ବୈଠକର ଆୟୋଜନ କରିଥିଲେ। ଏହି ବୈଠକରେ ନାଏବ ସରପଚଂ ଆଡମା କବାସୀ, ଗ୍ରାମରୋଗାର ସେବକ ନବଘନ ପଡିଆମି, ଏରା ପଡିଆମି, ଅଙ୍ଗନଓ୍ୟାର୍ଡି କର୍ମୀ, ଆଶାକର୍ମୀ, ଗ୍ରାମର ପେଦା, ମୁଖିଆ ଓ ଗ୍ରାମର ଶତାଧିକ ମହିଳା ପୁରଷ ଏହି ବୈଠକରେ ଯୋଗଦେଇ ଶପଥ ନେଇଥିଲେ ଗ୍ରାମକୁ ବାହ୍ୟମଳମୁକ୍ତ କରିବାସହିତ ଗାଁକୁ ସଫାସୁତର ରଖିବେ। ଏହି ବୈଠକ ପରେ ଗ୍ରାମରେ ସ୍ୱଚ୍ଛଭାରତ ମିଶନର ଏକ ଶୋଭାଯାତ୍ରା ବାହର କରାଯାଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟିକରାଯାଇ ଥିଲା। ପରେ ଯୁବଗୋଷ୍ଟି ମାନଙ୍କ ସହିତ ଗ୍ରାମବାସୀ ମାନେ ମିଶି ଗାଁରୁ ଅଳିଆ ଅବର୍ଜାନା, ରାସ୍ତାକଡରୁ ଅନାବନା ଗଛ, ଗାଁ ପୋଖରୀରୁ ଦଳ ସବୁ ସଫା କରିଥିଲେ। ମାଓବାଦୀଙ୍କ ଭୟରେ ଯେଉଁଠିକୁ ସରକାରି ବାବୁମାନେ ଯିବାକୁ ଭୟକରିଥାନ୍ତି ସେଠାକୁ ମାଲକାନଗିରି ରୁ ଯୁବଗୋଷ୍ଠି ଯାଇ ସେହି ଗ୍ରାମରେ ସ୍ୱଚ୍ଛଭାରତ ମିଶନର ବାର୍ତ୍ତାଦେବା ସହିତ ଗ୍ରାମ ସଫେଇ କାର୍ଯ୍ୟକୁ ସିଙ୍ଗାଭରମ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.