Home ଓଡ଼ିଶା ମାଓଗଡ କାଲିମେଳାରେ ଭାଜପାର ବିଜୟ ସଙ୍କଳ୍ପ ସମାବେଶ, ନବୀନ ସରକାର ପୋଡା ଟ୍ରାନ୍ସଫରମୋର, ମୋଦୀ ଜୀ...

ମାଓଗଡ କାଲିମେଳାରେ ଭାଜପାର ବିଜୟ ସଙ୍କଳ୍ପ ସମାବେଶ, ନବୀନ ସରକାର ପୋଡା ଟ୍ରାନ୍ସଫରମୋର, ମୋଦୀ ଜୀ ହାଇଭୋଲଟେଜ ହଳୁଆ, -କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

473

ମାଲକାନଗିରି, ୩ା୪ (ଓଡିଆ ପୁଅ ) ଆଜି ସକାଳେ ମାଲକାନଗିରି ଜିଲ୍ଲାସ୍ଥ ମାଓପ୍ରବଣ କାଲିମେଳା ଠାରେ ଭାଜପା ଦଳର ବିଜୟ ସଙ୍କଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହିତ ନବୀନ ସରକାର ପୋଡା ଟ୍ରାନ୍ସପରମୋର, ତାଙ୍କ ସରକାର ଦୀର୍ଘ ୧୯ ବର୍ଷଧରି ଶାସନରେ ରହିବା ପରେ ମଧ୍ୟ ସେ ଓଡିଆ ଲେଖି ପାରିଲେ ନାହିଁ କି ଖହି ପାରିଲେ ନାହିଁ।ତାଙ୍କ ସରକାରଙ୍କ ଅମଳରେ ଦୁର୍ନିତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା ବଢ଼ିବା ସହିତ, ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତା, ଓ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦିଆଯାଇ ନାହିଁ। ଡାକ୍ତର ଖାନା ରହିଛି ହେଲେ ଡାକ୍ତର ନାହାଁନ୍ତି। ଏହି ପରି ଅନେକ ସମସ୍ୟା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଲାଗିରହିଛି। କେନ୍ଦ୍ରରେ ଭାଜପା ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଜୀ ଜଣେ ହାଇଭୋଲଟେଜ ପ୍ଲାଣ୍ଟ ଓ କୃଷକ ମାନଙ୍କ ପାଇଁ ହଳୁଆ, ଠିକ ସେହିପରି ରାଜ୍ୟରେ ହାଇଭୋଲଟେଜ ସରକାର ହେବା ଦରକାର ବିଜେଡି ଏବେ ପୋଡା ଟ୍ରାନ୍ସଫରମୋର, ସେ କେଉଁ କାମକୁ ନୁହଁ, କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ଭାଜପା ସରକାର ଆମେ ଚାହୁଁ, ପଦ୍ମ ଫୁଲରେ ଭୋଟଦେଇ ମାଲକାନଗିରି ଜିଲ୍ଲାର ବିକାଶ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଏହି ସମାବେଶରେ ଜିଲ୍ଲା ଭାଜପା ସଭାପତି ଅଶୋକ କୁମାର ପରିଡା, ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳିର ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢି, ନବରଙ୍ଗପୁର ଲୋକସଭା ଆସନର ଭାଜପା ପାର୍ଥୀ ବଳଭଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଭାଜପା ନେତା ଗୁରୁଚରଣ ମହାନ୍ତି, ସାମଲ ସୋନାନୀ, ସଜଂୟ ସରକାର, ନିମାଇ ପାଲ, ସୁଲତା ମଣ୍ଡଳ, ସମୀର ମିସ୍ତ୍ରୀ ପ୍ରମୁଖ ଭାଜପା ନେତା ଓ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ସମାବେଶରେ ବିଜେଡି ଦଳର ସାଂସଦ ପ୍ରତିନିଧି ବିଶ୍ୱନାଥ ରେଡ୍ଡୀଙ୍କ ନେତୃତ୍ୱରେ ୪ଜଣ ସରପଞ୍ଚ ଙ୍କ ସହିତ ପ୍ରାୟ ୫୦ରୁ ଉର୍ଦ୍ଦ ବିଜେଡି ନେତା ଓ କର୍ମୀ ମାନେ ଭାଜପା ଦଳରେ ସାମିଲ ହୋଇଥିଲେ। ଏହି ବିଜୟ ସଙ୍କଳ୍ପ ସମାବେଶରେ ଚଳଚିତ୍ର ଅଭିନ୍ତ୍ରୀ ଡ୍ରୀମଗାର୍ଲ ହେମାମାଲିନୀ ଆସିବେ କହି ଗତ ଦୁଇଦିନ ହେଲା ଯୋରଦାର ଭାଜପା ଦଳ ପ୍ରଚାର କରିଥିଲେ। ପ୍ରଥମ ଥର କରି ଡ୍ରୀମଗାର୍ଲ ହେମା ମାଲିନୀ ମାଓପ୍ରବଣ କାଲିମେଳା ଅଚଂଳକୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭୋଟ ପ୍ରଚାରରେ ଆସୁଥିବାରୁ କାଲିମେଳା, ପଡିଆ ବ୍ଲକ ସହିତ ମାଲକାନଗିରି ଓ ସୀମାନ୍ତ ଛିତଶଗଡ, ଆନ୍ଧ୍ର ପ୍ରଦେଶରୁ ଅନେକ ଲୋକ ତାଙ୍କୁ ଦେଖିବା ପାଇଁ କାଲିମେଳାରେ ଭିଡ ଜମାଇଦେଇଥିଲେ। ଦର୍ଶକମାନଙ୍କ ପାଇଁ ଛାମୁଣ୍ଡିଆ କି ଟେଣ୍ଟ ଟିଏ ମଧ୍ୟ ବନ୍ଧା ଯାଇନଥିବାରୁ ୪୧ ଡିଗ୍ରୀ ତାପମାତ୍ରା ପ୍ରବଳ ଖରାରେ ହଜାର ହଜାର ସଂଖ୍ୟାରେ କାଲିମେଳା ଷ୍ଟାଡିୟମ ପଡିଆ ଠାରେ ଜନସମାବେଶ ହୋଇଥିଲା, ଚଳଚିତ୍ର ଅଭିନେତ୍ରୀ ହେମା ମାଲିନୀ କୌଣସି କାରଣ ଯୋଗୁଁ ତାଙ୍କ କାଲିମେଳା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବାର ଶେଷ ମୂହୂର୍ତରେ ଘୋଷଣା ହେବାପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ ଗୋଷ୍ଟି ଓ ସିନେ ପ୍ରେମୀ ମାନେ ଶେଷରେ ଭାଜପା ଦଳ ଆମକୁ ଠକିଦେଲା ହେମାମାଲିନୀ ବଦଳରେ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦେଖାଇଲା କହି ନିରୁତ୍ସାହିତ ହୋଇ ସଭା ସ୍ଥଳ ଛାଡି ପଳାଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.