Home ଓଡ଼ିଶା ନିର୍ବାଚନୀ ସଭାରେ ଯୁବ କଂଗ୍ରେସ ସଭାପତିଙ୍କୁ ଏସଡିପିଓଙ୍କ ମାଡ ବିରୋଧରେ କଂଗ୍ରେସର ଥାନା ଘେରାଓ

ନିର୍ବାଚନୀ ସଭାରେ ଯୁବ କଂଗ୍ରେସ ସଭାପତିଙ୍କୁ ଏସଡିପିଓଙ୍କ ମାଡ ବିରୋଧରେ କଂଗ୍ରେସର ଥାନା ଘେରାଓ

794

ମାଲକାନଗିରି, ୩ା୪(ଓଡିଆ ପୁଅ ) ଆଜି ମାଲକାନଗିରି ବ୍ଲକସ୍ଥ ମାର୍କାପାଲି ଠାରେ କଂଗ୍ରେସଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ଛତିଶଗଡ ରାଜ୍ୟ କଂଗ୍ରେସଦଳର ମନ୍ତ୍ରୀ ଲକ୍ଷ୍ମାମା କବାସୀଙ୍କ ସହିତ କଂଗ୍ରେସ ଦଳର ମାଲକାନଗିରି ବିଧାୟକ ପ୍ରାର୍ଥୀ ମାଲା ମାଢି, ଜିଲ୍ଲାସଭାପତି ଗୋବିନ୍ଦପାତ୍ର, କାର୍ଯ୍ୟକାରି ସଭାପତି ରାମପଟନାଯକ, ପିକେଶୁ ରାଓ, ଯୁବ ସଭାପତି ରବି ରାଜେଶ, ଜି.ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପ୍ରଭାକରପାଳ, ସରୋଜ ପାତ୍ର, ଅନ୍ୟାନ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଲାକ୍ଷାମା କବାସିଙ୍କୁ ଫୁଲତୋଡା ଦେଇ ବଧାଇ ଜଣାଇବା ପାଇଁ ହେଲିପ୍ୟାଡ ଭିତରକୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରବି ରାଜେଶ ଯିବା ବେଳକୁ ପୁଲିସ ବାରଣ କରିଥିଲେ, ଏହି କଥାକୁ ନେଇ ପୁଲିସ ଓ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରେ ମାଲକାନଗିରି ଏସଡିପିଓ ଶ୍ରୀ ଋଷିକେଶ ପହଁଚି ରବି ରାଜେଶଙ୍କୁ ଧକିଆ ମାରି ବାହରକୁ କାଡିଦେଇଥିଲେ। ଜଣେ ପୁଲିସ ଅଧିକାରୀ କଂଗ୍ରେସ ଦଳର ଯୁବସଭାପତିଙ୍କୁ ସଭାସ୍ଥଳରେ ମାଡ ମାରିଥିବା ଅଭିଯୋଗ କରି ନ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ଦଳର ଶତାଧିକ ନେତା ଓ କର୍ମୀ ମାନେ ମାଲକାନଗିରି ଥାନା ଘେରାଓ କରି ଥାନା ଫାଟକ ଆଗରେ ଧାରଣାରେ ବସିଛନ୍ତି। ସଂପୃକ୍ତ ଏସଡିପିଓଙ୍କ ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି। ଏ ସଂପର୍କରେ ଆମେ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ପ୍ରତିକ୍ରୀୟା ନେଇଥିଲୁ, ସେକହିଥିଲେ ଆଜି ସକାଳେ କଂଗ୍ରେସ ଦଳପକ୍ଷରୁ ମାର୍କାପାଲି ଠାରେ ସଭା ଚାଲିଥିଲା, ସେଠାକୁ ଛତିଶଗଡ ରାଜ୍ୟର ମନ୍ତ୍ରୀ ଲକ୍ଷ୍ମାମା କବାସୀ ଆସିଥିଲେ ସରୁକ୍ଷା ଦୃଷ୍ଟିରୁ ହେଲାପ୍ୟାଡରେ ପୁଲିସ ଜଗି ରହିଥିଲେ। ସେଠାକୁ ଜଣେ ଯୁବକ ଜବରଦସ୍ତ ଧସି ପସିବାବାରୁ ପୁଲିସ ବାରଣ କରିଥିଲେ। ସେ ବାରଣ ସ୍ୱତ୍ୱେ ହେଲିପ୍ୟାଡ ଭିତରକୁ ପ୍ରବେଶ କରିବାରୁ ବାଧ୍ୟହୋଇ ଏସଡିପିଓ ଶ୍ରୀ ଋଷିକେଶ ସେଠାରେ ପହଁଚି ତାଙ୍କୁ ଅଟକାଇଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇ ଉଭଯଙ୍କ ମଧ୍ୟରେ ଟିକିଏ ଧସ୍ତା ଧସ୍ତି ହୋଇଛି, ଏସଡିପିଓ ତାଙ୍କୁ ଜାଣି ଶୁଣି ମାଡ ଦେଇନାହାଁନ୍ତି। ଏହା ସେମିତି କିଛି ବଡ ଘଟଣା ନୁହଁ ଏହି ଘଟଣା ଖୁବ ଶୀଘ୍ର ସମାଧନ ହୋଇଯିବ ବୋଲି ଏସପି ଶ୍ରୀ ମୀନା ତାଙ୍କ ମତାମତ ଦେଇଛନ୍ତି। ଅପରପକ୍ଷରେ ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି। ସର୍ବସାଧାରଣ ସଭାସ୍ଥଳରେ ଜଣେ ଦାଇତ୍ୱସମ୍ପନ ପୁଲିସ ଅଫିସର କଂଗ୍ରେସ ଦଳର ଜିଲ୍ଲା ଯୁବ ସଭାପତିଙ୍କୁ ମାଡମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସଂପୃକ୍ତ ଅଫିସରଙ୍କ ନାମରେ ଥାନାରେ ଏତଲା ଦିଆ ଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ସେ ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.