Home ଜିଲ୍ଲା ପରିକ୍ରମା ଆନ୍ଧ୍ର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବାପାଇଁ ଗାଁ ସାହିତ୍ୟ...

ଆନ୍ଧ୍ର ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବାପାଇଁ ଗାଁ ସାହିତ୍ୟ ଚର୍ଚ୍ଚା

836

ମାଲକାନଗିରି, ୩ା୪ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଆଭାଷା ସଂସ୍କୃତିର ବିକାଶ ନିମନ୍ତେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆନ୍ଧ୍ରପ୍ରଦେଶ ସୀମାନ୍ତ ମାନ୍ୟମକୋଣ୍ଡା ଗ୍ରାମଠାରେ ଆଡମ୍ବର ସହକାରେ ଗାଁ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କାଲିମେଳା ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାନ୍ୟମକୋଣ୍ଡା ପଚାଂୟତ ରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶ ସିମାନ୍ତବର୍ତି ଗ୍ରାମରେ ଓଡିଆଭାଷା ସଂସ୍କୃତି ଧିରେ ଧିରେ ଲୋପପାଇବାକୁ ବସିଲାଣି, ଭାଷାସଂସ୍କୃତିକୁ ବଚାଁଇବାକୁ ହେଲେ ପ୍ରଥମେ ସୀମାନ୍ତ ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆଭାଷାରେ କବିତା, ଗପ, କୌତକ କଥା, ଢଗ ଡମାଳି, ମହାପୁରୁଷ, ପୁରାଣ କାହାଣୀ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ଦରକାର ବୋଲି ଶ୍ରୀ ଦାଶ ଅଭିଭାଷଣ ରଖିଥିଲେ। ସଭାପ୍ରାରମ୍ଭରେ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବାପରେ ବିଦ୍ୟାଳୟର ଛାତ୍ର ମାନେ ଦେଶାତ୍ମକ ବୋଧ ସଂଗୀତ ଗାନକରିଥିଲେ, ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ କବି ବିଶ୍ୱଜିତ ପରିଡା, ଜ୍ୟୋତି ରଞ୍ଜନ ରାଉତ, ବିଧାନ ବିଶ୍ୱାସ, ରବିନ୍ଦ୍ର ବେପାରୀ, ପରିମଳ ମଣ୍ଡଳ, ଈଶ୍ୱର ମାଢୀ, ଡି.ଭି. ରାଓ, ସାବିତ୍ରୀ ଦାସ, ଦିନବନ୍ଧୁ ବଡନାୟକ, ଧନଗଡେଲିଙ୍କ ସହିତ କବି ସାହ୍ୟିତିକ ପ୍ରମୁଖ ଯୋଗଦେଇ ଆନ୍ଧ୍ର ସୀମାନ୍ତବର୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଓଡିଆଭାଷା ସଂସ୍କୃତି ର କିପରି ଅଗ୍ରଗତି ହେବ ସେଥିପ୍ରତି ଗୁରୁତ୍ବ ଦେବାଉଚିତ ବୋଲି କହିଥିଲେ। ବିଶେଷ କରି ଉକ୍ତବିଦ୍ୟାଳୟର ଆଦିବାସୀ ଛାତ୍ର ଦେବା ମାଡକାମି ଓ ଦାମଦର ବଡନାୟକ ଏହି ଗାଁ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମରେ ଓଡିଆ ଭାଷାରେ ଭାଷଣ ଦେଇ ସ୍ୱରଚିତ କବିତା ପାଠକରି ସମସ୍ତଙ୍କୁ ଚକିତ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.