Home Coronavirus Outbreak ମହିଳା ଡାକ୍ତର ଏବଂ ନର୍ସ କରିବେନି ଜମାତିଙ୍କ ଚିକିତ୍ସା: ଜାଣନ୍ତି କି କାରଣ ?

ମହିଳା ଡାକ୍ତର ଏବଂ ନର୍ସ କରିବେନି ଜମାତିଙ୍କ ଚିକିତ୍ସା: ଜାଣନ୍ତି କି କାରଣ ?

1025

ଭୁବନେଶ୍ୱର: ନିଜାମୁଦ୍ଦିନ ମରକଜ୍ ମସଜିଦରୁ ଫେରିଥିବା ସନ୍ଦିଗ୍ଧ ତବଲିଗ୍ ଜମାତି ମାନଙ୍କର ଚିକିତ୍ସା କରିବେନି ମହିଳା ଡାକ୍ତର ଏବଂ ନର୍ସ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଆଦେଶନାମା ଜାରୀ କରିଛନ୍ତି।

ନିଜାମୁଦ୍ଦିନ ମରକଜ୍ ମସଜିଦରୁ ଫେରିଥିବା ସନ୍ଦିଗ୍ଧ ତବଲିଗ୍ ଜମାତି ମାନେ ଅନେକ ମସଜିଦରେ ଲୁଚିଲେ। ଲୁଚି ରହିଥିବା ଜମାତି ମାନଙ୍କୁ ଉଦ୍ଧାର କରି ବିଭିନ୍ନ ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଗଲା। ତେବେ, ଗାଜିଆବାଦ ଜିଲ୍ଲା ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜମାତିମାନେ ମେଡିକାଲ୍ କର୍ମଚାରୀଙ୍କ ସହ ଅଶ୍ଳୀଳ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଜମାତି ମାନେ ବିନା ପ୍ୟାଣ୍ଟ/ ପାଇଜାମାରେ (ପ୍ୟାଣ୍ଟ ନପିନ୍ଧି) ୱାର୍ଡରେ ବୁଲୁଛନ୍ତି। ନର୍ସମାନଙ୍କ କହିବାନୁସାରେ, ଜମାତିମାନେ ସେମାନଙ୍କଠାରୁ ବିଡ଼ି-ସିଗାରେଟ୍ ଦାବି କରୁଛନ୍ତି। ଏଥିସହିତ, ଆପତ୍ତିଜନକ ଗୀତ ଉଚ୍ଚ ସ୍ୱରରେ ଗାଇ ଅଶ୍ଳୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି। ଡ୍ୟୁଟି ଦେଉଥିବା ନର୍ସମାନେ ସେମାନଙ୍କ ସହିତ ହେଉଥିବା ଅଶ୍ଳୀଳ ଆଚରଣ ଆଦି ନେଇ ଗୁରୁତର ଅଭିଯୋଗ ଆଣିବା ପରେ ଏବଂ ଏହାକୁ ଗୁରୁତର ସହ ନେଇ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ପୋଲିସକୁ ଜଣାଇବା ପରେ ୬ ଜମାତିଙ୍କ ନାମରେ ମାମଲା ରୄଜୁ ହୋଇଥିବା ଜଣାପଡ଼ିଛି। ଏବେ ଜମାତି ମାନଙ୍କର ଚିକିତ୍ସା ମହିଳା ଡାକ୍ତର ଏବଂ ନର୍ସ କରିବେ ନାହିଁ ବୋଲି ଉତ୍ତରପ୍ରଦେଶ ସରକାର ନିଷ୍ପତି ନେଇଛନ୍ତି। /-ଦେବଦତ୍ତ ରଥ

ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିଲେ, ପ୍ୟାଣ୍ଟ ଖୋଲି ବୁଲୁଥିଲେ; ୬ ଜମାତିଙ୍କ ନାମରେ ମାମଲା ରୄଜୁ

ଭାରତରେ କରୋନା ଭାଇରସ୍ ହଟସ୍ପଟ୍! ଏତେ ପରିଶ୍ରମ ବୃଥା ନଯାଉ ..

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.