Home Coronavirus Outbreak ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିଲେ, ପ୍ୟାଣ୍ଟ ଖୋଲି ବୁଲୁଥିଲେ; ୬ ଜମାତିଙ୍କ ନାମରେ ମାମଲା ରୄଜୁ

ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିଲେ, ପ୍ୟାଣ୍ଟ ଖୋଲି ବୁଲୁଥିଲେ; ୬ ଜମାତିଙ୍କ ନାମରେ ମାମଲା ରୄଜୁ

1835

ଭୁବନେଶ୍ୱର: କରୋନା ଭାଇରସ୍ ବିରୋଧରେ ଏବେ ସାରା ବିଶ୍ଵ ଲଢ଼ୁଥିବା ବେଳେ, ଏବଂ କରୋନା ବିରୋଧି ଲଢେ଼ଇକୁ ସାରା ବିଶ୍ଵର ଅନେକ ରାଷ୍ଟ୍ର ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରୁଥିବା ବେଳେ ତବଲିଗ୍ ଜମାତି ମାନେ ଏବେ ଦେଶ ପାଇଁ ଟେନ୍ସନର କାରଣ ହୋଇଛନ୍ତି। ଗାଜିଆବାଦ ଡାକ୍ତରଖାନାରେ ଅଶ୍ଳୀଳ ଆଚରଣ କରୁଥିବା, ପ୍ୟାଣ୍ଟ ଖୋଲି ବୁଲୁଥିବା ୬ ଜମାତିଙ୍କ ନାମରେ ମାମଲା ରୄଜୁ ହୋଇଥିବା ଜଣାପଡ଼ିଛି।

ନିଜାମୁଦ୍ଦିନ ମରକଜ୍ ମସଜିଦରୁ ଫେରିଥିବା ସନ୍ଦିଗ୍ଧ ତବଲିଗ୍ ଜମାତିମାନେ ଅନେକ ମସଜିଦରେ ଲୁଚିଲେ। ଲୁଚି ରହିଥିବା ଜମାତି ମାନଙ୍କୁ ଉଦ୍ଧାର କରି ବିଭିନ୍ନ ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଗଲା। ତେବେ, ଗାଜିଆବାଦ ଜିଲ୍ଲା ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜମାତିମାନେ ମେଡିକାଲ୍ କର୍ମଚାରୀଙ୍କ ସହ ଅଶ୍ଳୀଳ ଆଚରଣ କରୁଥିବା ଅଭିଯୋଗ ହୋଇଛି। ଜମାତି ମାନେ ବିନା ପ୍ୟାଣ୍ଟରେ (ପ୍ୟାଣ୍ଟ ନପିନ୍ଧି) ୱାର୍ଡରେ ବୁଲୁଛନ୍ତି। ନର୍ସମାନଙ୍କ କହିବାନୁସାରେ, ଜମାତିମାନେ ସେମାନଙ୍କଠାରୁ ବିଡ଼ି-ସିଗାରେଟ୍ ଦାବି କରୁଛନ୍ତି। ଏଥିସହିତ, ଆପତ୍ତିଜନକ ଗୀତ ଉଚ୍ଚ ସ୍ୱରରେ ଗାଇ ଅଶ୍ଳୀଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କର ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି। ଡ୍ୟୁଟି ଦେଉଥିବା ନର୍ସମାନେ ସେମାନଙ୍କ ସହିତ ହେଉଥିବା ଅଶ୍ଳୀଳ ଆଚରଣ ଆଦି ନେଇ ଗୁରୁତର ଅଭିଯୋଗ ଆଣିବା ପରେ ଏବଂ ଏହାକୁ ଗୁରୁତର ସହ ନେଇ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ପୋଲିସକୁ ଜଣାଇବା ପରେ ୬ ଜମାତିଙ୍କ ନାମରେ ମାମଲା ରୄଜୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଯେତେବେଳେ ସାରାଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି ତବଲିଗ୍ ଜମାତ୍ ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଏତେ ବଡ଼ ସମାବେଶ କଲା। ମରକଜ୍ ମସଜିଦର ମୌଲାନା, କରୋନା ଭାଇରସ୍ ବୋଲି ସେମିତି କିଛି ନାହିଁ, ଏହା ଏକ ଚକ୍ରାନ୍ତ ବୋଲି କହିଥିଲେ। ଯଦି ମରିବାର ଅଛି, ତେବେ ଏହା ଭଲ ସ୍ଥାନ ବୋଲି କହି ମରକଜ୍ ମସଜିଦରେ ଲୋକଙ୍କୁ ଏକତ୍ର କରି ରଖିଲେ। ସ୍ଥାନୀୟ ପୋଲିସ, ପ୍ରଶାସନର ଆଦେଶକୁ ନ’ମାନିବାରୁ ସ୍ଥିତି ସମ୍ଭାଳିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ରାତି ୨ଟାରେ ମରକଜ୍ ମସଜିଦ ଯିବାକୁ ପଡ଼ିଲା। ଏହାପରେ ମୌଲାନା ଫେରାର ହୋଇଗଲେ। ପୋଲିସ, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଯେତେବେଳେ ମରକଜ ମସଜିଦରେ ପହଞ୍ଚି ସନ୍ଦିଗ୍ଧ ଜମାତି ମାନଙ୍କୁ ଉଦ୍ଧାର କରି କରୋନା ଟେଷ୍ଟ କରାଇବାକୁ ନେବା ପାଇଁ ବସରେ ବସାଇଲେ, ଜମାତିମାନେ ସେମାନଙ୍କ ଉପରେ ଛେପ, ଖଙ୍କାର ପକାଇଲେ। ଏହିପରି ଏକ ସୂଚନା ଆଧାରରେ ବିହାରର ମଧୁବାନୀ ପୋଲିସ ଯେତେବେଳେ ବିଳମ୍ବିତ ରାତିରେ ଏକ ମସଜିଦ ନିକଟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା, ସେତେବେଳେ ମସଜିଦରେ ଉପସ୍ଥିତ ଥିବା ଲୋକମାନେ କେବଳ ପୋଲିସ ଉପରକୁ ପଥର ଫିଙ୍ଗି ନଥିଲେ, ଏପରିକି ଗୁଳି ଚଳାଇଥିବା ଅଭିଯୋଗ ମଧ୍ୟ ହୋଇଛି। /-ଦେବଦତ୍ତ ରଥ

ଭାରତରେ କରୋନା ଭାଇରସ୍ ହଟସ୍ପଟ୍! ଏତେ ପରିଶ୍ରମ ବୃଥା ନଯାଉ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.