Home ଅପରାଧ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ

1258

ହରିଚନ୍ଦନପୁର,ତା ୨୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ ହଟିଙ୍ଗରେ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ କିଷାନ ପିଙ୍ଗୁଆ(୩୦) ନାମକ ଯୁବକ ଘରେ କେହି ନଥିବାର ସୁଯୋଗ ନେଇ ଘରର ଦୁଆର ବନ୍ଧ ଭାଙ୍ଗି ବିଧବା ମହିଳା ସୁନେଇଁ ସିଙ୍କୁ(୬୫)ଙ୍କୁ ଦୁଷ୍କର୍ମ କରିଥିଲା । ଏଥିସହ ଯୁବକ ଜଣଙ୍କ ଏକଥା କାହାରିକୁ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଦୈତାରୀ ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ ହେଲା ପରେ ଦୈତାରୀ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ କିଷାନ ପିଙ୍ଗୁଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.