Home କନ୍ଧମାଳ ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ପାଳନ

ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ପାଳନ

187

ବାଲିଗୁଡା, ୧୯/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାରୀ ପାଣିଗ୍ରାହୀ) ଜିଲ୍ଲା ଶିଶୁ ସୁରକ୍ଷା ସମିତି, କନ୍ଧମାଳ ଶାଖା ଓ ବନବାସୀ ସେବା ସମିତିର ମିଳିତ ଉଦ୍ୟମରେ ଚାଲିଥିବା ପୋଷ୍ୟ ସନ୍ତାନ ସଚେତନତା ସପ୍ତାହ ପାଳନ ଉଦଯାପନ ଉତ୍ସବ ସମିତିର ସଭାଗୃହ ପରିସର ମଧ୍ୟରେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସିଡିପିଓ ଅନିତା କୁମାରୀ ଦାସ, ମୁଖ୍ୟ ବକ୍ତାଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ.ବିଭୁତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ କନ୍ଧମାଳ ଚାଇଲଡ଼ ଲାଇନର ନିର୍ଦେଶକ ରବିନ୍ଦ୍ର କୁମାର ପଣ୍ଡା, ଖଗେନ୍ଦ୍ର ନାୟକ, ପ୍ରମୁଖ ଯୋଗଦେଇ ପୋଷ୍ୟ ସନ୍ତାନ ଜନିତ ଆଇନ ଓ ନିୟମ ସମ୍ପର୍କରେ ସମ୍ୟକ ସୂଚନା ସହ ଗୋଟିଏ ଶିଶୁପାଇଁ ତାର ପରିବାର ହେଉଛି ସର୍ବୋଚ୍ଚ ସ୍ଥାନ, ଏଣୁ ଆଇନ ଅନୁମୋଦନ ପୋଷ୍ୟ ସନ୍ତାନଦ୍ୱାରା ଏହି କାର୍ଯ୍ୟ ସୁଚାରୁ ଭାବେ ସମ୍ପାଦନା କରୁଥିବା ସମିତିକୁ ସାଧୁବାଦ ଜଣାଇଥିଲେ। ଏହି ଉତ୍ସବରେ ଯୋଗ ଦେଇ ଥିବା ଆଡ଼ପସନ ଏଜେନସିର ମ୍ୟାନେଜର ସରୋଜ କୁମାର ଆଇଟିଆଙ୍କୁ ସ୍ୱାଗତ କରାଯାଇ ଥିଲା। ଜିଲ୍ଲା ଶିଶୁ ସୁରକ୍ଷା ସମିତିରୁ ସରୋଜ କୁମାର କହଁର, ଜୁନାସ ଶବର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସାମାଜିକ କର୍ମୀ ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.