Home ଜିଲ୍ଲା ପରିକ୍ରମା ମହାଶକ୍ତି ମା’ବଗଳାଦେବୀଙ୍କ ଜନ୍ମୋତ୍ସବ ଉଦ୍‌ଯାପିତ ୧୦୦୮ ପ୍ରକାର ଭୋଗ ଲାଗି ଓ ଦିବ୍ୟ ଆରତୀ...

ମହାଶକ୍ତି ମା’ବଗଳାଦେବୀଙ୍କ ଜନ୍ମୋତ୍ସବ ଉଦ୍‌ଯାପିତ ୧୦୦୮ ପ୍ରକାର ଭୋଗ ଲାଗି ଓ ଦିବ୍ୟ ଆରତୀ ଦେଖିବାକୁ ଭକ୍ତଙ୍କ ଭିଡ଼

82

ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ ତାମୂଳିଆସ୍ଥିତ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠରେ ମାଆ ବଗଳାମୁଖୀଙ୍କ ୩ଦିନିଆ ଜନ୍ମ ଉତ୍ସବ ଓ ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଗତ ୮ ତାରିଖରୁ ଚାଲିଥିବା ଶୋଡ଼ଷ ଉପଚାରର ବିଶେଷ ନୀତିପୂଜା ସାଙ୍ଗକୁ ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି। ଗତ ଶନିବାର ଘଟ ଉେତ୍ତୋଳନ ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବେଦଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନି ସ୍ଥାପନ ସାଙ୍ଗକୁ ମନ୍ଦିରରୁ ମାଆ ବଗଳାମୁଖୀଙ୍କୁ ଯଜ୍ଞବେଦୀକୁ ନିଆଯାଇଥିଲା। ସେଠାରେ ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ ସହ ସଂନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିରକୁ ମାଙ୍କ ପ୍ରତ୍ୟାବର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ନିୟମିତ ଅନୁଷ୍ଠିତ ହୋଇଥିଲା। ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ଶଙ୍ଖ, ହୁଳହୁଳି, ଘଌକ୍ଷଗ୍ଧ;, ଘଌକ୍ଷଗ୍ଧ;ା ଓ ଭଜନ କୀର୍ତ୍ତନର ଧ୍ୱନିରେ ସମଗ୍ର ଅଂଚଳ କମ୍ପି ଉଠିଥିଲା। କରୋନା ପ୍ରକୋପ ହ୍ରାସ ପାଇଥିବା ବେଳେ ପୀଠରେ ଭକ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇଥିଲା। ଶ୍ରଦ୍ଧାଳୁଙ୍କ ଶାନ୍ତସିକ୍ତ ଆରାଧନାରେ ସିଦ୍ଧ ଶକ୍ତିପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମହାଶକ୍ତି ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିଲା। ଜନ୍ମୋତ୍ସବର ଉଦଯାପନ ଅବସରରେ ମା’ଙ୍କଠାରେ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳ ଓ ପ୍ରସାଦ ଆଦି ଲାଗି ହୋଇଥିଲା। ଏହି ବିରଳ ପ୍ରସାଦ ଅର୍ପଣ ସେବା ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଉଦ୍‌ଯାପନ ସଂନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ ପରେ ଯଜ୍ଞବେଦୀରୁ ମାଆଙ୍କୁ ମନ୍ଦିରକୁ ବିଜେ ସହ ମହାଆଳତୀ କରାଯାଇଥିଲା। ଏହି ଦିବ୍ୟଅରତୀ ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସୁକତା ଲକ୍ଷ୍ୟ କରାଯାଇଥିଲା। ତିନିଦିନ ବ୍ୟାପୀ ଚାଲିଥିବା ଉତ୍ସବରେ ସହର ସମେତ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗଦେଇ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.