Home ଓଡ଼ିଶା ପ୍ରତିରକ୍ଷା ବିଭାଗ ଗୁପ୍ତତଥ୍ୟ ବିକ୍ରି ମାମଲା – ଈଶ୍ୱର ବେହରାକୁ ଆଜୀବନ

ପ୍ରତିରକ୍ଷା ବିଭାଗ ଗୁପ୍ତତଥ୍ୟ ବିକ୍ରି ମାମଲା – ଈଶ୍ୱର ବେହରାକୁ ଆଜୀବନ

36

ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଶତ୍ରୁରାଷ୍ଟଏଜେଌକ୍ଷଗ୍ଧ;କୁ ବିକ୍ରିବା କରିବା ଅଭିଯୋଗରେ ୨୦୧୫ ମସିହାରେ ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆର ଠିକା ଭିଡିଓଗ୍ରାଫର ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ ସହ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ ଗୁରୁବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଆନୁସଙ୍ଗିକ ଦସ୍ତାବିଜକୁ ଭତ୍ତି କରି ଅତିରିକ୍ତ ଜିଲା ଓ ଦୌରାଜଜ-୧ ଗିରିଜା ପ୍ରସାଦ ମହାପତ୍ର ଈଶ୍ୱରକୁ ଆଜୀବନ ସଶ୍ରମ କାରାଦଣ୍ଡ ସାଙ୍ଗକୁ ୧୦ ହଜାର ଟଙ୍କା ଜରିମାନା ରାୟ ଦେଇଛନ୍ତି। ଆଇପିସି ଧାରା ୧୨୦(ଖ), ୧୨୧ ଓ ୧୨୧(କ) ଏବଂ ସେକ୍ସନ-୫ ଓ ସେକ୍ସନ-୩ ଆଧାରରେ ଦେଶ ବିରୋଧୀ ଷଢ଼ଯନ୍ତ୍ରରେ ସାମିଲ, ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଅର୍ଥ ନେଇ ଶତ୍ରୁରାଷ୍ଟ୍ରକୁ ବିକ୍ରି କରିବା ପ୍ରଭୃତି ଅପରାଧ ପାଇଁ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିବା, ରାୟରେ ଉଲେଖ କରାଯାଇଛି। ମାମଲା ବିଚାର ବେଳେ କ୍ରାଇମବ୍ରାଞ୍ଚ ପକ୍ଷର ପେସ କରାଯାଇଥିବା ୬୬୬ ସେକେଣ୍ଡର ଅଡିଓ କ୍ଲିପରେ ବିଦେଶୀ ଏଜେଌକ୍ଷଗ୍ଧ;ଙ୍କ ସହ ଈଶ୍ୱର ବେହେରାର ବାର୍ତ୍ତାଳାପ ଓ ଆବୁଧାବି, କୋଲକାତା, ଆଜମେର ତଥା ବିହାରରୁ ବିଭିନ୍ନ ଆକାଉଌକ୍ଷଗ୍ଧ;ରୁ ଈଶ୍ୱର ବେହେରାଙ୍କ ଜମାଖାତାକୁ ଆସିଥିବା ଅର୍ଥରାଶି ରେକର୍ଡ଼ପତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସରକାରୀ ଓକିଲ ପ୍ରକାଶ କରିଛନ୍ତି। ତେବେ ଦେଶ ବିରୋଧୀ ଷଢ଼ଯନ୍ତ୍ର ଭଳି ସଙ୍ଗୀନ ଅପରାଧ ଭିତ୍ତିକ ଏହା ଏକ ବିରଳ ମାମଲା ହୋଇଥିବା ବେଳେ ଈଶ୍ୱର ବେହେରାଙ୍କୁ ମତ୍ୟୁଦଣ୍ଡ ପ୍ରଦାନ ପାଇଁ କ୍ରାଇମବ୍ରାଞ୍ଚ ଓକିଲ ଆବେଦନ କରିଥିଲେ। ମାତ୍ର ଏଡିସନାଲ ଡିଷ୍ଟ୍ରିକ ଜଜ-୧ ଶ୍ରୀ ମହାପାତ୍ର ଏହାକୁ ଆଜୀବନ କାରାଦଣ୍ଡରେ ସୀମିତ ରଖିଛନ୍ତି।

ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର କେନ୍ଦ୍ରରେ ଜଣେ ଠିକା ଫଟୋ ଓ ଭିଡିଓ ଗ୍ରାଫର ଭାବେ କାର୍ଯ୍ୟ କର ିଆସୁଥିଲେ ଈଶ୍ୱର ବେହେରା। ବିଦେଶୀ ଏଜେଌକ୍ଷଗ୍ଧ;ଙ୍କୁ ଗୁପ୍ତ ତଥ୍ୟ ବିକ୍ରି କରୁଥିବା ନେଇ ଗୋଇନ୍ଦା ବିଭାଗଠାରୁ ସୂଚନା ପାଇ ଚାନ୍ଦିପୁର ପୁଲିସ ୨୦୧୫ ମସିହା ଜାନୁଆରୀ୨୨ ତାରିଖରେ ଈଶ୍ୱର ବେହେରାକୁ ଗିରଫ କରିଥିଲା। ପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ସେହିଦିନଠାରୁ ଈଶ୍ୱର ବେହେରା ବାଲେଶ୍ୱର ଜେଲରେ ରହି ଆସୁଥିଲେ। ଇତିମଧ୍ୟରେ ସେ ବହୁବାର ଆବେଦନ କରିଥିବା ଜାମିନକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଥିଲା। ତେବେ ଆଜିର ଏହି ରାୟ ବିରୋଧରେ ହାଇକୋର୍ଟରେ ଅପିଲ କରିବା ନେଇ ଈଶ୍ୱର ବେହେରାଙ୍କ ଓକିଲ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.