Home ଓଡ଼ିଶା ମିଳୁନୀ ନେଟୱାର୍କ ଖାଉଟି ହନ୍ତସନ୍ତ ଯୋଗାଣ ଅଧିକାରିଣୀ ବ୍ୟସ୍ତ

ମିଳୁନୀ ନେଟୱାର୍କ ଖାଉଟି ହନ୍ତସନ୍ତ ଯୋଗାଣ ଅଧିକାରିଣୀ ବ୍ୟସ୍ତ

41

ନୟାଗଡ/୧୨/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ କୁ ପ୍ରଧାନ୍ୟ ଦେଉଛନ୍ତି । ସରକାର ଙ୍କ କଥାରେ କେହି ବି ଖାଦ୍ୟ ବିନା ମୃତ୍ୟୁ ବରଣ କରିବେ ନାହିଁ । କିନ୍ତୁ କେତେକ ଯାଗାରେ ନେଟୱାର୍କ ନଥିବା ଯୋଗୁଁ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଯୋଗାଣ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ରେ । ରଣପୁର ବ୍ଲକ ସାରା ବ୍ରଡ୍ ବ୍ୟାଙ୍କ ନେଟୱାର୍କ ଥିବା ବେଳେ ଯୋଗାଣ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ରେ ବ୍ରଡବ୍ୟାଣ୍ଡ ସଂଯୋଗ ନାହିଁ । ସରକାର ଯୋଗାଣ ବିଭାଗ ରେ ନୂଆ ରାସନ କାର୍ଡ ପାଇଁ ଅନ୍‌ଲାଇନ ଆବେଦନ କୁ ପ୍ରଧାନ୍ୟ ଦେଇଛନ୍ତି । ତେଣୁ ସାଧାରଣ ଖାଉଟି ମାନେ ଯୋଗାଣ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ଅନ୍‌ଲାଇନ ପାଇଁ ନେଟୱାର୍କ ନଥିବା ଯୋଗୁଁ ହତାସ ହୋଇ ଫେରୁଛନ୍ତି ।

ଯୋଗାଣ ଅଧିକାରିଣୀ ଖାଉଟି ମାନଙ୍କୁ ସେବା ନଯୋଗାଇ ନିରାଶ ହେଉଛନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ଯୋଗାଣ ଅଧିକାରିଣୀ ଅନିତା ରାଉତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଅଫିସ ରେ ବ୍ରଡବ୍ୟାଣ୍ଡ ସଂଯୋଗ ନଥିବାରୁ ଖାଉଟି ମାନଙ୍କୁ ଠିକ୍ ସମୟରେ ସେବା ଯୋଗାଇ ହୋଇ ପାରୁନାହିଁ । ଏ ସର୍ମ୍ପକେ ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯୋଗାଣ ଅଧିକାରିଣୀ ଙ୍କ ଅଫିସ୍ ସହ ବ୍ରଡବ୍ୟାଣ୍ଡ ନେଟୱାର୍କ ସଂଯୋଗ ହୋଇଛି ନା ନାହିଁ ମୁଁ ଜାଣି ନାହିଁ  ପଚାରି ବୁଝୁଛି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରଣପୁର ବ୍ଲକ ଯୋଗାଣ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ କୁ ବ୍ରଡବ୍ୟାଣ୍ଡ ନେଟୱାର୍କ ସଂଯୋଗ କରିବା ପାଇଁ ଜନସାଧାରଣ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.