Home ଜିଲ୍ଲା ପରିକ୍ରମା ମଶାଣିରୁ ଶବ ଚୋରି ଘଟଣାର ତଦନ୍ତ ନିର୍ଦ୍ଦେଶ

ମଶାଣିରୁ ଶବ ଚୋରି ଘଟଣାର ତଦନ୍ତ ନିର୍ଦ୍ଦେଶ

48

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ ଶୁକ୍ରବାର ରାତ୍ରରେ ଶବ ଚୋରି ହୋଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିନେଇ ଜିଲ୍ଲା ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟପାଲ୍ଲୀ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳକୁ ରବିବାର ଅପରାହ୍ନରେ ଯାଇ ତଦନ୍ତ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶନିବାର ସକାଳେ ଗ୍ରାମର କେତେକ ଯୁବକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ‘ସ୍ୱର୍ଗଦ୍ୱାର’ ଶ୍ମଶାନର କେତେକ ସ୍ଥାନରେ ଖୋଳାଯାଇଥିବା ଦେଖିଥିଲେ । ସଦ୍ୟ ସଂସ୍କାର ହୋଇ ପୋତାଯାଇଥିବା ୩ ଟି ଶବ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗତ ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେଉରିଆ, ଗତ ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନଥିବା ଜଣାପଡିଥିଲା । ଖୋଳାଯାଇଥିବା ୩ ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଡିଥିଲା । ମାତ୍ର ୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଅକ୍ଷୟ ଓ ଅନନ୍ତଙ୍କ ସଢାମାଂସ କଢାଯାଇ ପଡିଥିଲା । ଗୋଟିଏ ଗ୍ଲୋବସ ପଡିଥିଲା । ଗ୍ରାମବାସୀଙ୍କ ଶବ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଗଣମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇବା ପରେ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.