Home ଜିଲ୍ଲା ପରିକ୍ରମା ଧାମରା ପଂଚାୟତ ୫ ଓ ୬ ନଂ ଓାର୍ଡରେ ରାସ୍ତା ବିପର୍ଯ୍ୟସ୍ଥ, ମରାମତି ପରେ ସୁଧାର...

ଧାମରା ପଂଚାୟତ ୫ ଓ ୬ ନଂ ଓାର୍ଡରେ ରାସ୍ତା ବିପର୍ଯ୍ୟସ୍ଥ, ମରାମତି ପରେ ସୁଧାର ଆସୁନି

27

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ପଂଚାୟତରେ ଥିବା ରାସ୍ତା ଗୁଡିକ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡିବା ପରେ ମଧ୍ୟ ନିର୍ମାଣ ଆଳରେ ଟଙ୍କା ହରିଲୁଟ ଚାଲିଛି ବୋଲି ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଧାମରା-ବାଂଶଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଝାଡକଟାର ୫ଏବଂ ୬ନଂ ଓାଡକୁ ଯାଇଥିବା ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ରାସ୍ତା ପାଇଁ ପ୍ରତିବର୍ଷ ବହୁ ଅର୍ଥ ବ୍ୟୟ କରାଯାଉଥିବା ବେଳେ ଏହି ରାସ୍ତା ନିର୍ମାଣରେ କୌଣସି ସୁଧାର ଆସୁନାହିଁ । ଏହି ରାସ୍ତାଟି ସିମେଂଟ କଂକ୍ରିଟର ହୋଇଥିବା ବେଳେ ରାସ୍ତା ନିର୍ମାଣ କରୁଥିବା ବ୍ୟକ୍ତି ବିଶେଷ ଏହି ରାସ୍ତାର ୨ପାଶ୍ୱର୍କୁ ଠିକ ଭାବେ ଢଳେଇ କରୁଥିବା ବେଳେ ରାସ୍ତାର ମଝିଭାଗକୁ ୫ଇଂଚ ବଦଳରେ କମ ମୋଟେଇ ର ଢଳେଇ ପକାଇ କାର୍ଯ୍ୟ କରିଥିଲେ । କାର୍ଯ୍ୟ କରିବାର କିଛି ଦିନ ପରେ ଏହି ଢଳେଇ ରାସ୍ତାଟି ନଷ୍ଟ ହୋଇ ଯାଇଥିଲା । ଏହି ନିମ୍ନ ମାନର କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ନାମରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସଂପୃକ୍ତ ବ୍ୟକ୍ତି ବିଶେଷ କିଛି ମେଟାଲ ଓ ମୋରମ ପକାଇ ରାସ୍ତାକୁ ପ୍ୟାଚ ପକାଇ ଦେଇଥିଲେ । ସାମାନ୍ୟ ବର୍ଷାରେ ଏହି ରାସ୍ତାର ଅବସ୍ଥା ସଂପୂର୍ଣ ଖରାପ ହୋଇ ପଡିଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ବସ୍ତି ବାସିନ୍ଦା ଏହି ରାସ୍ତାକୁ ଭଳ ଭାବେ ମରାମତି କରିବାକୁ ଚାନ୍ଦବାଲି ବିଡିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ ।ଅଭିଯୋଗ କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଏହି ରାସ୍ତା ନିର୍ମାଣ କୁ ଅଣଦେଖା କରିଛନ୍ତି ‘ଳରେ ବର୍ଷା ଦିନରେ ଏହି ରାସ୍ତା ଦେଇ ଯାତାୟତ ସଂପୂର୍ଣ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି । ଏ ବାବଦରେ ଚାନ୍ଦବାଲି ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ଏବିଷୟରେ ଅବଗତ ଅଛନ୍ତି ବୋଲି କହିଥିବା ବେଳେ ଏହି ରାସ୍ତା ନିର୍ମାଣ ନିମ୍ନ ମାନର ହୋଇଥିବା କଥାକୁ ଏଡାଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.