Home Top News ଓଡ଼ିଶାରେ ପହଁଚିଲା ଡାକୋଟା : ବିଜୁ ବାବୁଙ୍କ ବୀରତ୍ୱର ପ୍ରତୀକ, ଝଡ଼ର ଇଗଲ

ଓଡ଼ିଶାରେ ପହଁଚିଲା ଡାକୋଟା : ବିଜୁ ବାବୁଙ୍କ ବୀରତ୍ୱର ପ୍ରତୀକ, ଝଡ଼ର ଇଗଲ

93

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) : ଆସୁଛି ଡାକୋଟା। ବିଜୁ ବାବୁଙ୍କ ବୀରତ୍ୱର ପ୍ରତୀକ ଏହି ଝଡର ଇଗଲ ଏବେ ଆମ ରାଜ୍ୟରେ ପଦାର୍ପଣ କରିଛି। ତେବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଅତିପ୍ରିୟ ଡକୋଟା ବିମାନ ବାଲେଶ୍ୱରରେ ପହଞ୍ଚି ସାରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି। କୋଲକାତା ବିମାନ ବନ୍ଦରରେ ଏହି ବିମାନର ଅଂଶକୁ ଇଂଜିନିୟର ମାନଙ୍କ ଦ୍ୱାରା ଖୋଲାଯାଇ, ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗତକାଲି ସଂଧ୍ୟାରେ କୋଲକାତା ବିମାନ ବନ୍ଦରରୁ ଏହି ବିମାନକୁ ସଡ଼କ ପଥରେ ୩ଟି ଲରିରେ ଆମିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗି ରହିଛି।

ସୂଚନାଯୋଗ୍ୟଯେ, କୋଲକାତା ବିମାନ ବନ୍ଦରରେ ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଆ ଏକ ଦଳ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲି ସେଗୁଡ଼ିକୁ ଏକ କାଠ ବାକ୍ସରେ ପ୍ୟାକିଂ କରିଥିଲେ। ଖୋଲଯାଇଥିବା ଅଂଶ ଗୁଡ଼ିକୁ ଦୁଇଟି ବଡ଼ ଲରିରେ ବାକ୍ସରେ ଭର୍ତ୍ତି କରି ଲୋଡିଂ କରାଯାଇଥିଲା। ବଡ଼ ଲରି କାରଣରୁ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବାର କାର୍ଯ୍ୟକ୍ରମ ସ୍‌ଥିର ହୋଇଥିଲା।

ପୁନଶ୍ଚ ସୂଚନାଯୋଗ୍ୟ ଯେ, ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ସମ୍ମୁଖରେ ରଖି ଯିବାର ଯୋଜନା କରାଯିବାର ଯୋଜନା କରାଯାଇଛି। ଏହି ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦର ସମ୍ମୁଖରେ ପ୍ରଦର୍ଶିତ କରାଯିବ। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.