Home କଳାହାଣ୍ଡି ମମିତା ହତ୍ୟା ମିଷ୍ଟ୍ରୀ, ସିବିଆଇ ତଦନ୍ତ ଦାବୀରେ ମେହେର ଭୁଲିଆ ସମାଜର ପ୍ରତିବାଦ ଶୋଭାଯାତ୍ରା

ମମିତା ହତ୍ୟା ମିଷ୍ଟ୍ରୀ, ସିବିଆଇ ତଦନ୍ତ ଦାବୀରେ ମେହେର ଭୁଲିଆ ସମାଜର ପ୍ରତିବାଦ ଶୋଭାଯାତ୍ରା

92

କଳାହାଣ୍ଡି- ତା.୨୭.୧୦.୨୦୨୧ ( ଓଡିଆପୁଅ ) କଳାହାଣ୍ଡି ର ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ ନେଇ ମେହେର ଭୁଲିଆ ସମାଜ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବଳଦିଆମାଲ ଠାରୁ ଜୁନାଗଡ ପର୍ଯ୍ୟନ୍ତ ଆସିଥିଲା । ମେହେର ଭୁଲିଆ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସନ୍ତୋଷ ମେହେର ଓ ଜିଲ୍ଲା ଉପଦେଷ୍ଠା ମଣ୍ଡଳୀ ସଭ୍ୟ ଶ୍ରୀବତ୍ସ ମେହେର ଙ୍କ ନେତୃତ୍ୱରେ ଜୁନାଗଡ ବ୍ଲକ ଅଂଚଳର ମେହେର ଭୁଲିଆ ସମାଜ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ତଦନ୍ତ, ମମିତାର ଶରୀରକୁ ପୋଡିଦେବା ସହ ପୋତାଯାଇଥିବା ଷ୍ଟାଡିୟମକୁ ମମିତା ମେହେର ନାମରେ ନାମିତ କରିବା, ମମିତାର ପରିବାରକୁ ଦୁଇକୋଟୀ ଟଙ୍କା ସହାୟତା ଓ ମମିତାର ଭାଇକୁ ସରକାରୀ ଚାକିରୀ ଯୋଗାଇଦେବାକୁ ଦାବୀ କରାଯାଇଥିଲା । ସେହିପରି ମମିତା ହତ୍ୟାକାଣ୍ଡରେ ଗୋବିନ୍ଦ ସାହୁକୁ ଫାଶୀଦଣ୍ଡ ଦେବା ସହ ଅନ୍ୟ ଯେତେସବୁ ବ୍ୟକ୍ତି ବିଶେଷ ସଂଶ୍ଲିଷ୍ଟ ଥିଲେହେଁ  ସେମାନଙ୍କୁ ତଦନ୍ତ ପରିସରକୁ ଆଣିବାକୁ ମଧ୍ୟ ଦାବୀ କରାଯାଇଥିଲା । ମେହେର ଭୁଲିଆ ସମାଜ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୁନାଗଡ ବିଡିଓଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.