ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହାନ୍ତିପଡା ଗ୍ରାମର ବିଶିଷ୍ଟ ପଣ୍ଡିତ ଭାସ୍କର ଶତପଥିଙ୍କ ଏକାଦଶାହ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଭାକୁ ସାହିତ୍ୟିକ ଚର୍ତୁଭୂଜ ପହି ପୌରହିତ୍ୟ କରିଥିଲେ । ଏଥିରେ ଶିକ୍ଷାବିତ୍ ଚିତରଞ୍ଜନ ସାମନ୍ତରାୟ, ଶିକ୍ଷକ ପଚାଂନନ ପୃଷ୍ଟି,ଅମରେନ୍ଦ୍ର ଦାଶ, ଗାୟକ ଚିନ୍ତାମଣି ବେହେରା, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ,ପୂର୍ବତନ ସରପଚଂ ରବିନ୍ଦ୍ର ପଣ୍ଡା, ପଣ୍ଡିିତ ବୈଦନାଥ ଦାଶ,ପଣ୍ଡିତ ଅକ୍ଷୟ ଶତପଥି, ନିତ୍ୟାନନ୍ଦ ଜେନା, ସରସ୍ୱତୀ ବେହେରା, ଝରଣା ଜେନା ପ୍ରମୁଖ ସ୍ୱର୍ଗତଃ ଭାସ୍କରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକାପାତ କରିଥିଲେ । ସେ ଆଗରପଡା ବି.ଟି.ପୁର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଭାବେ ଥିବା ବେଳେ ଗ୍ରାମ ହରିହାଟର ମୁଖ୍ୟ କର୍ଣ୍ଣଧାର ଭାବେ ରହି ସେବା, ଧର୍ମ ସହ ଧର୍ମ ଚର୍ଚ୍ଚା କରି ଆସୁଥିଲେ । ତାଙ୍କ ମୃତ୍ୟୁ ଆମ ଅଚଂଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଅତିଥି ମାନେ ନିରବ ପ୍ରାର୍ଥନା କରିଥିଲେ । ପରିବାରର ଉଦୟ ଶତପଥି, ଅଜୟ ଶତପଥି, ଚିନ୍ତାମଣି ଶତପଥି, ସୁଶାନ୍ତ ଶତପଥି, ରତ୍ନ ମଞ୍ଜରୀ ଶତପଥି, ରତ୍ନାଞ୍ଜଳୀ ଶତପଥି, ସନ୍ଧ୍ୟାରାଣୀ ଶତପଥି, ଜୟନ୍ତି ଶତପଥି, କଳ୍ପଲତା ଶତପଥି, ବିଦୁଲତା ଶତପଥି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।







