Home ଓଡ଼ିଶା ମନ୍ଦିରରେ ସାଙ୍କେତିକ ଚିହ୍ନ ରଖିବାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ, ପୁଲିସ ଓ ଗ୍ରାମବାସୀଙ୍କ...

ମନ୍ଦିରରେ ସାଙ୍କେତିକ ଚିହ୍ନ ରଖିବାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ, ପୁଲିସ ଓ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତିକମିଟି ବୈଠକ

99

ମାଲକାନଗିରି, ୧ା ୧୧ (ଓଡିଆ ପୁଅ ) ଗୌଡଗୁଡା ପଚାଂୟତ ଗରେଇଗୁଡା ଆଦିବାସୀ ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ସାଙ୍କେତିକ ଚିହ୍ନ ଲଗାଇବାକୁ ନେଇ ଦୁଇ ଗୋଷ୍ଠି ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ଘଟଣା ଯାଇ ଥାନାରେ ପହଁଚିଛି। ଉଭୟ ଗ୍ରାମବୀସୀ ଙ୍କ ନାମରେ ଥାନାରେ କେସ ହୋଇଥିବାବେଳେ ଗ୍ରାମରେ ପୁଲିସ ମୁତୟନ ରହିଥିବାର ଜଣାପଡିଛି। ଏହି ଦୁଇଗ୍ରାମର ବିବାଦ ତୁଟାଇବାକୁ ଯାଇ ପୁଲିସ ଆଜି ସନ୍ଧ୍ୟାରେ ଶାନ୍ତିକମିଟି ବୈଠକର ଆୟୋଜନ କରିଛନ୍ତି। ମାଲକାନଗିରି ଥାନାସ୍ଥ ଗୌଡଗୁଡା ପଚାଂୟତ ସଦର ମକୁମା ଠାରେ ଗୌଡଗୁଡା ଓ ଗରେଇଗୁଡା ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ମାଉଲି ମା ଙ୍କ ନୁତନ ମନ୍ଦିର ନିର୍ମାଣ କରାଯାଇଛି। ଗତକାଲି ଏହି ମନ୍ଦିରରେ ହୁଣ୍ଡିଶିତଳା ଯାତ୍ରା ପାଇଁ ଗରେଇଗୁଡା ଗ୍ରାମର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ଏକ ସାଙ୍କେତିକ ଚିହ୍ନ ମନ୍ଦିର ଚୁଡାରେ ସିମେଟଂରେ ନିର୍ମାଣକରିଥିଲେ। ଏହାକୁ ନେଇ ଗୌଡଗୁଡା ଗ୍ରାମର ଅନ୍ୟସଂପ୍ରଦାୟର ବ୍ୟକ୍ତି ମାନେ ବିରୋଧ କରିଥିଲେ ଓ ଗ୍ରାମର କିଛି ମହିଳା ପୁରୁଷ ମନ୍ଦିରରୁ ସେହି ଚିହ୍ନଟିକୁ ଭାଙ୍ଗିତଲେ ପକାଇଦେଇଥିଲେ। ଏହାକୁ ନେଇ ଦୁଇଗ୍ରାମବାସୀ ଦୁଇସଂପ୍ରଦାୟ ମଧ୍ୟରେ ବଚସା ହୋଇ ଉଗ୍ର ରୁପନେବାରୁ ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ସଦଳବଳ ପହଁଚି ଉଭୟ ଗୋଷ୍ଠିଙ୍କୁ ବୁଝାଇ ଶାନ୍ତକରିଥିଲେ। ଗ୍ରାମରେ କୌଣସି ହିଂସାକାଣ୍ଡ ହେବାର ଆଶଙ୍କାକୁ ଆଖିଆଗରେ ରଖି ଗତ ଦୁଇଦିନହେଲା ସ୍ୱତନ୍ତ୍ର ପୁଲିସଟିମ ଙ୍କୁ ମୂତୟନ କରାଯାଇଛି। ଏବେ ପରିସ୍ଥିତି ଶାନ୍ତ ଥିଲେ ମଧ୍ୟ ଉଭୟ ପକ୍ଷରୁ ମାଲକାନଗିରି ଥାନା କେସ ନମ୍ବର ୨୮୬/୨୦୧୯ ଓ ୨୮୭/ ୨୦୧୯ ରେ କେସ ରୁଜୁକରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରିରହିଛି। ଆଜି ଗୌଡଗୁଡା ଗ୍ରାମର ମୁଖିଆ ଘାଷିରାମ ଗୌଡ, ସୁଦର୍ଶନଗୌଡ, ସୁଧାରଗୌଡ, ଭକ୍ତଗୌଡ, ଶିବଗୌଡ, ମିଶ୍ରଗୌଡ, ରାଜେନ୍ଦ୍ର ଗୌଡ, ଅର୍ଜୁନଗୌଡ, ବିଶୁ ଗୌଡ ଙ୍କ ନେତୃତ୍ୱରେ ଏକ ଶାନ୍ତିକମିଟି ବୈଠକ ଡକାଯାଇ ଉଭୟଗ୍ରାମବାସୀ ମାନଙ୍କ ମଧ୍ୟରେ ଶାନ୍ତି ଫେରାଇଆଣିବା ପାଇଁ ନିସ୍ପତି ନେଇଥିଲେ।ଠିକ ସେହିପରି ମାଲକାନଗିରି ଥାନାପୁଲିସ ପକ୍ଷରୁ ମଧ୍ୟ ଥାନାରେ ଆଜି ସନ୍ଧ୍ୟାରେ ଗରେଇଗୁଡା ଓ ଗୌଡଗୁଡା ଦୁଇଗ୍ରାମବାସୀ ଓ ଦୁଇ ଗୋଷ୍ଠିଙ୍କୁ ଡକାଯାଇ ଶାନ୍ତିକମିଟି ଗଠନ କରାଯାଇ ଦୁଇଗ୍ରାମରେ ଶାନ୍ତିଫେରାଇ ଆଣିବା ପାଇଁ ଉଦ୍ୟମ ଜାରିରହିଛି ବୋଲି ଥାନାଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.