Home ଜିଲ୍ଲା ପରିକ୍ରମା ମଦ୍ରସା ଫୈଯାନେ ଗରୀବ୍ ନୱାଜର ଶୁଭ ଉଦଘାଟନ

ମଦ୍ରସା ଫୈଯାନେ ଗରୀବ୍ ନୱାଜର ଶୁଭ ଉଦଘାଟନ

15

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକ ଅନ୍ତର୍ଗତ ୱାର୍ଡ଼ ନଂ – ୧୬ କୁଆଁସ କଣ୍ଟାବଣିଆ ଗ୍ରାମରେ ଫୈଯେ ରଯା କମିଟି ଆନୁକୂଲ୍ୟରେ “ମଦ୍ରାସା ଫୈଯାନେ ଗରିବ ନୱାଜ”ର ଶୁଭ ଉଦ୍‌ଘାଟନ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଧର୍ମସଭାରେ ସେଖ ଅବଦୁଲ ବାରିଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା । ଏହି ମଦ୍ରସାରେ ମୁସଲମାନ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଉର୍ଦ୍ଦୁ, ଆରାବିକ ଶିକ୍ଷା ଦିଆଯିବ । ଏହାସହିତ ପିଲାମାନଙ୍କୁ ଉତ୍ତମ ଚରିତ୍ର ଗଠନ ଓ ନୈତିକ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ । ଏହି ଉପଲକ୍ଷେ ରାତ୍ରି ୯ ଘଟିକାରୁ ଏକ ଧର୍ମସଭା କାର୍ଯ୍ୟକ୍ରମ ଅନୁ୍‌ଷ୍ଠିତ ହୋଇଥିଲା ଯେଉଁଥିରେ ଭଦ୍ରକର ବିଭିନ୍ନ ମସଜିଦର ମୌଲାନା (ପଣ୍ଡିତ)ମାନେ ଯୋଗଦାନ କରି ଛାତ୍ରଛାତ୍ରୀ ଓ ଉପସ୍ଥିତ ଲୋକମାନଙ୍କୁ କୋରାନ ପାଠ ଶିଖିବା ଓ ଶିଖେଇବାର ବିଶେଷତ୍ୱ ଏବଂ ପ୍ରଫେଟ ମହମ୍ମଦଙ୍କ ଜୀବନବାଣୀ ଉପରେ ଆଲୋକପାତ କରିଥିଲେ । ଏହାପରେ ଫାତେହା କାର୍ଯ୍ୟକ୍ରମ କରାଯାଇ ସମସ୍ତଙ୍କୁ ଶିରଣୀ (ଭୋଗ) ବଣ୍ଟନ କରାଯାଇଥିଲା । କମିଟିର ସଭାପତି ସେକ ଗୋଲାମ ମହମ୍ମଦ, ସମ୍ପାଦକ ସେଖ ଅବଦୁର ରହିମ, ସେଖ ଆଶିକ୍‌, ଇସ୍ତାକ ଖାନ, ସେଖ ରଫିକ, ସେଖ ଏଜାଜ, ସେଖ ସାହାଜାନ, ଆଶିକ କାଦରି, ସେଖ ଜାବିର, ଆବିଦ ଖାନ୍‌, ଅବଦୁଲ ଦୟାନ ଖାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.