Home ଓଡ଼ିଶା ବିଭିନ୍ନ ଦାବିନେଇ ଭାଜପାର ସାମ୍ବାଦିକ ସମ୍ମିଳନୀ ଓ କାର୍ଯ୍ୟକାରିଣୀ ସଭା

ବିଭିନ୍ନ ଦାବିନେଇ ଭାଜପାର ସାମ୍ବାଦିକ ସମ୍ମିଳନୀ ଓ କାର୍ଯ୍ୟକାରିଣୀ ସଭା

35

ମାଲକାନଗିରି,୧୯ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଭାଜପା ଦଳର କାର୍ଯ୍ୟକାରିଣୀ ସଭା ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଭାପତି ତଥା ବିଧାୟକ ଆଦିତ୍ୟ ମାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାୟକ,ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂପାଦକ ଟଙ୍କଧର ତ୍ରୀପାଠୀ,ଜିଲ୍ଲା ପ୍ରଭାରୀ କାଳିରାମ ମାଝୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ ଉପସ୍ଥିତ ରହି ଭାଜପା ଦଳର ସାଂଗଠାନିକ କାର୍ଯ୍ୟ ସଂପର୍କରେ ଆଲୋଚଟନା କରିଥିଲେ । ଅପରାହ୍ନରେ ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ମାଲକାନଗରି ଜିଲ୍ଲା ହସପିଟାଲକୁ ସୁପର ସ୍ପେସିଆଲଟି ହସପିଟାଲ କରିବା ସହିତଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବି ତୁରନ୍ତ ପୁରଣ କରାଯାଉ,ରୋଗୀଙ୍କ ପାଇଁ ନିୟୋଜିତ ହୋଇଥିବା ୧୦୮ ଆମ୍ବୁଲାନ୍ସ ଗାଡିର ଭଡା ନିୟମିତ ଭାବେ ଦିଆଯାଉ,ବାଦାମ ମଣ୍ଡିକୁ ଠିକ ଭାବେ ପରିଚାଳନା କରି ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଉ,ପୋଲାଭରମ ପ୍ରକଳ୍ପ ରେ କ୍ଷତିଗସ୍ତ ସମସ୍ତ ଗ୍ରାମବାସୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ କ୍ଷତିପୁରଣ ପ୍ରଦାନ କରାଯାଉ,ବଣ୍ଡାଉନ୍ନୟନ ସଂସ୍ଥା ଓ ଡିଡାୟୀ ଉନ୍ନୟନ ସଂସ୍ଥା ରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟ ସନ୍ତୋଷଜନକ ଭାବେ ନଥିବାରୁ ଠିକ ଭାବେ କାର୍ଯ୍ୟ କରାଯାଉ ବୋଲି ଭାଜପା ଦଳ ପ କ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଏହି କାର୍ଯ୍ୟ କାରିଣୀ ବୈଠକ ଓ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲା ଭାଜପା ଦଳର ନେତା ଓ ଅନେକ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.