Home ଜିଲ୍ଲା ପରିକ୍ରମା ମତ୍ସ୍ୟବିଭାଗ ଗୃହରେ ଅଗ୍ନିକାଣ୍ଡ

ମତ୍ସ୍ୟବିଭାଗ ଗୃହରେ ଅଗ୍ନିକାଣ୍ଡ

20

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ରେ ଥିବା ମତ୍ସ୍ୟ ବିଭାଗରେ ଇଲେକ୍ଟ୍ରି ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର, ପ୍ରିଣ୍ଟର, ଫ୍ୟାନ୍ ଜଳିଯିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଅଫିସ୍‌ଟି ବନ୍ଦ ଥିବା ସମୟରେ କବାଟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ବ୍ଲକ୍ କର୍ମଚାରୀ ଏହାକୁ ଦେଖି ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଫିସ୍‌ରେ ସବୁତକ ପୋଡି ପାଉଁଶ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.