Home ଜିଲ୍ଲା ପରିକ୍ରମା ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା,ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ୧୮ ଅଗଷ୍ଟ ସମୁଦ୍ର ଅଶାନ୍ତ ରହିବ

ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା,ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ୧୮ ଅଗଷ୍ଟ ସମୁଦ୍ର ଅଶାନ୍ତ ରହିବ

5

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ–ଉତର ଓଡ଼ିଶା ଉପକୂଳ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉପରି ବାୟୁମଣ୍ଡଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଗାମୀ ୨୪ ଘଂଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବା ସହ ପ୍ରାୟ ଉତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୬ରୁ ୧୮ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ, ବାଂଲାଦେଶ, ଓଡ଼ିଶା ଓ ଉତର ଉପକୂଳ ଆନ୍ଧ୍ରପ୍ରଦେଶ ଉପକୂଳରେ ଝଟକା ପବନ ସହିତ ଅଶାନ୍ତ ପାଗ ରହିବାର ଆଶଙ୍କା ରହିଛି। ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଝଟକା ସହ ୬୦ କି.ମି. ପର୍ଯ୍ୟନ୍ତ ପହଂଚିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଓଡ଼ିଶା ଉପକୂଳରେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବର୍ତମାନ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଉପକୂଳକୁ ଫେରିଆସିବାକୁ କୁହାଯାଇଛି। ବିଶେଷ ସୂଚନା ସମୁଦ୍ରରେ ଅବସ୍ଥାନ କରୁଥିବା ସମସ୍ତ ମତ୍ସ୍ୟଜୀବୀ ତୁରନ୍ତ ସୁରକ୍ଷିତ ଭାବେ ଉପକୂଳକୁ ଫେରିଆସନ୍ତୁ ଏବଂ ପରବର୍ତୀ ସରକାରୀ ପାଣିପାଗ ସୂଚନାକୁ ଅନୁସରଣ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.