Home ଜିଲ୍ଲା ପରିକ୍ରମା ମଣିନାଥପୁରରେ ଅଗ୍ନିକାଣ୍ଡ – ଜଳିଗଲା ୫ ଲକ୍ଷ ଟଙ୍କାର ସଂପତ୍ତି

ମଣିନାଥପୁରରେ ଅଗ୍ନିକାଣ୍ଡ – ଜଳିଗଲା ୫ ଲକ୍ଷ ଟଙ୍କାର ସଂପତ୍ତି

86

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ଷୋଳମପୁର ପଂଚାୟତ ଅନ୍ତର୍ଗତ ମଣିନାଥପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ବାସଗୃହ, କୁକୁଡା ଫାର୍ମ ଓ ଇଟା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହୋଇ ପ୍ରାୟ ୫ ଲକ୍ଷ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ରାତ୍ର ପ୍ରାୟ ୯.୧୫ ରେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିଲା । ତୀବ୍ର ପବନ ଯୋଗୁଁ ଗ୍ରାମବାସୀମାନେ ଅଗ୍ନି ନିର୍ବାପନ ଉଦ୍ୟମ କରିବା ସହ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଯାଜପୁରରୁ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା । ଏଥିରେ ବାସଗୃହ, କୁକୁଡା ଫାର୍ମ ହାଉସ୍ ସହ ଆସପଣ୍ଡ ଇଟା ଫ୍ୟାକ୍ଟ୍ରି ଜଳିଯାଇଛି । ଗ୍ରାମର ଚାରିଜଣ ଯୁବକ ଆହତ ହୋଇଥିବା ଜଣାଯାଇଛି । ଗ୍ରାମର ୱାର୍ଡ ସଦସ୍ୟ ଗଜେନ୍ଦ୍ର ଦାସ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳ ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ବିଜେପି ନେତା ବଦ୍ରୀ ନାରାୟଣ ଧଳ ବିପନ୍ନଙ୍କୁ ଭେଟି ସହାୟତା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.