Home ଜିଲ୍ଲା ପରିକ୍ରମା ଭଦ୍ରକ : ନୂଆ ଆକ୍ରାନ୍ତ ୧୧, ମୋଟ ୧୫୧, ସୁସ୍ଥ ୧୨୩, ୨୮ ଚିକିତ୍ସାଧିନ :...

ଭଦ୍ରକ : ନୂଆ ଆକ୍ରାନ୍ତ ୧୧, ମୋଟ ୧୫୧, ସୁସ୍ଥ ୧୨୩, ୨୮ ଚିକିତ୍ସାଧିନ : ଟ୍ରେନ ଯୋଗେ ଭଦ୍ରକରେ ଓହ୍ଲାଇଲେ ବିଭିନ୍ନ ଜିଲ୍ଲାର ୨୪୯୬ ପ୍ରବାସୀ : ଭଦ୍ରକକୁ ଫେରିଲେ ଅନ୍ୟ ଜିଲ୍ଲାରୁ ୩୬୮୩ ଭଦ୍ରକ ଜିଲ୍ଲା ପ୍ରବାସୀ

86

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଛନ୍ତି ନୂଆ ୧୧ କରୋନା ଆକ୍ରାନ୍ତ । ଯେଉଁମାନେ ସମସ୍ତେ ପ୍ରବାସୀ ଓଡ଼ିଆ ଏବଂ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସୁଦ୍ଧା ଜିଲ୍ଳାରେ ମୋଟ ୧୫୧ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୩ଜଣ ସୁସ୍ଥ ହୋଇ ସାରିଛନ୍ତି । ମାତ୍ର ୨୮ଜଣ ଏବେ ଚିକିତ୍ସାଧିନ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୧ଜଣ ପଶ୍ଚିମବଙ୍ଗ, ଗୁଜୁରାଟ, ତାମିଲନାଡୁ, ନୂଆଦିଲ୍ଲୀ,କର୍ଣ୍ଣାଟକ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରୁ ଆସିଛନ୍ତି । ଏହି ୧୧ଜଣଙ୍କ ମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରର ୨ଜଣ ଅନ୍ତେବାସୀ, ଦୁହେଁ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଏହି ବ୍ଳକର ମହୁରା ହାଇସ୍କୁଲର କ୍ୱାରେଣ୍ଟାଇନ ସେଣ୍ଟରର ଜଣେ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଗୁଜୁରାଟରୁ ଫେରିଥିଲେ । ୨ଜଣ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସୋଲେସନ ସେଣ୍ଟରର ଅନ୍ତେବାସୀ ସେମାନଙ୍କ ମଧ୍ୟରୁ ଜଣେ ଗୁଜୁରାଟରୁ ଓ ଅନ୍ୟଜଣେ ମହାରାଷ୍ଟ୍ରରୁ ଆସି କ୍ୱାରେଣ୍ଟାଇନରେ ଥିଲେ । ୩ଜଣ ଆକ୍ରାନ୍ତ ବନ୍ତ ବ୍ଲକ ଓଲଙ୍ଗ ସ୍ଥିତ ଆଦର୍ଶ ବିଦ୍ୟାଳୟର କୋବିଡ଼ କେୟାର ସେଣ୍ଟରର ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ଜଣେ ତାମିଲନାଡୁ, ଜଣେ ନୂଆଦିଲ୍ଲୀ ଓ ଅନ୍ୟ ଜଣେ କର୍ଣ୍ଣାଟକରୁ ଆସିଥିଲେ । ସେହିପରି ଚାନ୍ଦବାଲି ବ୍ଲକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

ଜଣେ ଘଣ୍ଟେଶ୍ୱର ଅପର୍ତ୍ତିଚରଣ ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ ଏବଂ ସେ ରାଜସ୍ଥାନରୁ ଆସିଥିଲେ, ଅନ୍ୟଜଣେ ମତୋ ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତିି ଏବଂ ସେ ମହାରାଷ୍ଟ୍ରରୁ ଆସିଥିଲେ । ସେହଭଳି ଭାବେ ଜଣେ ଆକ୍ରାନ୍ତ ତିହିଡି ବ୍ଲକ ସି.ଆର୍‌.ଏସ୍ କୋବିଡ଼ କେୟାର ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ଏବଂ ସେ ପଶ୍ଚିମ ବଙ୍ଗ ଫେରନ୍ତା ବୋଲି ଜଣା ପଡ଼ିଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଚାନ୍ଦବାଲି ବ୍ଳକର ଅପର୍ତ୍ତିଚରଣ ହାଇସ୍କୁଲ ଓ ମତୋ ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଥିବା ବେଳେ ଗୋପିନାଥପୁର ପଞ୍ଚାୟତ ଏବଂ ମତୋ ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଚିଙ୍ଗୁଡିପୁର ଜଗନ୍ନାଥ ୟୁ.ପି. ସ୍କୁଲ, ମହୁରା ହାଇସ୍କୁଲ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଏବଂ ବିଷ୍ଣୁପୁର ପଞ୍ଚାୟତ ଓ ନିର୍ଗୁଣ୍ଡି ପଞ୍ଚାୟତ ବଫରଜୋନ ଥିବା ବେଳେ ଏହାର ସମୟ ସୀମାକୁ ଆଜି ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହଛଡା ଆଜି ଟ୍ରେନ ଯୋଗେ ଭଦ୍ରକ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର ପ୍ରବାସୀ ୨୪୯୬ଜଣ ଭଦ୍ରକ ଷ୍ଟେସନରେ ଓହ୍ଲାଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ପ୍ରବାସୀ ଯେଉଁମାନେ କି ଅନ୍ୟ ଷ୍ଟେସନରେ ଓହ୍ଲାଇ ରହିଥିଲେ, ସେମାନଙ୍କ ମଧ୍ୟରୁ ୩୬୮୩ଜଣଙ୍କୁ ଭଦ୍ରକକୁ ଅଣାଯାଇଛି । ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଜିଲ୍ଲାପାଳ ଡ. ଦାସ ଆଜି ଭଦ୍ରକ ବ୍ଲକର ବିଭିନ୍ନ ଟିଏମ୍‌ସିକୁ ଯାଇ ପରିଦର୍ଶନ କରିବା ସହିତ ଏହାର ସୁପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.