Home ଓଡ଼ିଶା ଭୋକିଲା ବୁଲା ଗୋରୁ ଗାଈ କୁକୁରଙ୍କ ପେଟକୁ ଦାନା ଯୋଗାଇଲେ ଯୁବଗୋଷ୍ଠି ଓ ବଡ ଦିଦି

ଭୋକିଲା ବୁଲା ଗୋରୁ ଗାଈ କୁକୁରଙ୍କ ପେଟକୁ ଦାନା ଯୋଗାଇଲେ ଯୁବଗୋଷ୍ଠି ଓ ବଡ ଦିଦି

990

ମାଲକାନଗିରି,୧୯ । ୪( ଓଡିଆ ପୁଅ )ସମଗ୍ର ବିଶ୍ୱରେ ମହାମାରୀ କରୋନା ପାଇଁ ଲକଡାଉନ ହୋଇ ଯାଇଥିବାରୁ ମଣିଷଙ୍କ ପାଇଁ ସରକାର ଓ ଜିଲ୍ଲାପ୍ରଶାନ ରନ୍ଧାଖାଦ୍ୟ ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ର ବ୍ୟବସ୍ଥା କରିଥିବା ବେଳେ ବୁଲା ଗୋରୁ,ଗାଇ, କୁକୁର ଓ ଭୋକିଲା ଜୀବଜନ୍ତୁ ମାନଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ହୋଇ ନାହିଁ । ପ୍ରତିଦିନ ମାଲକାନଗିରି ସହରରେ ଭୋକିଲା ଅବସ୍ଥାରେ ଶହ ଶହ ସଂଖ୍ୟାରେ ଗାଇ ଗୋରୁ, କୁକୁର ବୁଲୁଥିବା ର ଦେଖି ଜୟ ମାଲକାନଗିରି ଗୃପର ଯୁବକ ମାନେ ବୁଲା ଗାଇ ଗୋରୁ ଷଣ୍ଢ ମାନଙ୍କୁ ସକାଳ ଓଳି ସବୁଜ ଘାଷ,ପନିପରିବା ଓ ସନ୍ଧ୍ୟାରେ ବୁଲା କୁକୁର ମାନଙ୍କୁ ଚିକେନ ଭାତ ଯୋଗାଇ ଦେଉଛନ୍ତି । ଠିକ ସେହି ପରି ବଡ ଦିଦି ସ୍ୱେଚ୍ଛାସେବି ମାନେ ମଧ୍ୟ ଜଙ୍ଗଲର ମାଙ୍କଡ,ବୁଲା ଗାଇ ଗୋରୁ, କୁକୁର ମାନଙ୍କୁ ରୋଟିତିଆରି କରି ଖାଇବାକୁ ଦେବା ସହତ ପକ୍ଷୀ ମାନଙ୍କୁ ଚଣା ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି । ଜୟ ମାଲକାନଗିରି ଯୁବ ଗୋଷ୍ଠି ଓ ବଡଦିଦି ସ୍ୱେଚ୍ଛାସେବି ମାନଙ୍କର ଏହି କାର୍ଯ୍ୟକୁ ସହର ବାସୀ ସ୍ୱାଗତ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.