Home ଓଡ଼ିଶା ଆସନ୍ତା କାଲି ଠାରୁ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯିବ

ଆସନ୍ତା କାଲି ଠାରୁ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯିବ

976

ଭୁବନେଶ୍ୱର ୧୯ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୨୦ ତାରିଖ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ସବୁଜ ଜୋନରେ ଥିବା ସବୁ ଜିଲାର ସରକାରୀ କାର୍ଯ୍ୟାଳୟ ଯଥାରୀତି କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବେ।

ସେହିପରି ସମସ୍ତ ଷ୍ଟାମ୍ପ ଭେଣ୍ଡର, ଜିଲ୍ଲା ବା ସବ୍ ରେଜିଷ୍ଟର ଅଫିସ୍ ରୁ କାମ କରିବେ।ରେଡ଼ ଓ ଅରେଞ୍ଜ ଜୋନରେ ଥିବା ଜିଲା ଖୋର୍ଧା, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ପୁରୀ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଆଦି ଜିଲାଗୁଡ଼ିକରେ ସରକାରୀ କାର୍ୟ୍ୟା ଳୟ ଖୋଲାଯିବା ଓ କାର୍ଯ୍ୟକୁ ନେଇ କିଛିଟା କଟକଣା ଜାରି କରାଯାଇଛି। ଏହି ଜିଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରଥମ ଶ୍ରେଣୀ (ଗ୍ରେଡ଼୍-ଏ) କର୍ମଚାରୀ ଅଫିସ ଆସିବେ। ଅନୁରୂପ ଭାବରେ ଅତି ଜରୁରୀ ଓ ଆଂଶିକ ଜରୁରୀ ଘୋଷିତ ବିଭାଗଗୁଡ଼ିକର କର୍ମଚାରୀମାନେ ପାଳିକରି ଅଫିସ ଆସିବାକୁ ନିର୍ଦେଶ ଦିଆଯାଇଛି। ତେବେ କୌଣସି ଦିନ ଦ୍ବିତୀୟ, ତୃତୀୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସଂଖ୍ୟା ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ।

ଲକ୍ ଡ଼ାଉନ ଅବଧିଶେଷ ଅର୍ଥାତ୍ ମେ ୩ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ।ସରକାରଙ୍କ ସାନି ନିଷ୍ପତ୍ତି ଅନୁଯାୟୀ, ଅଣ ଜରୁରୀ ବିଭାଗକୁ ହଟାଇ ଦିଆଯାଇଛି।କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସ୍ ଆଇ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରୁପ୍ -ବି, ସି ଓ ଡି ବର୍ଗର ଅଧିକାରୀମାନେ ରୋଷ୍ଟର୍ ଆଧାରରେ ୫୦% କର୍ମଚାରୀ ଅଫିସ୍ ଆସିବେ। ସେହିପରି ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ଏହିସବୁ ବର୍ଗର ଅଧିକାରୀମାନେ ରୋଷ୍ଟର୍ ଆଧାରରେ ୩୩% କର୍ମଚାରୀ ଅଫିସ ଆସିବେ।

ସୂଚନାଯୋଗ୍ୟ- ରାଜ୍ୟ ସରକାର ପୂର୍ବରୁ ୧୧ଟି ବିଭାଗକୁ ଅତି ଜରୁରୀ, ୧୩ଟି ଆଂଶିକ ଜରୁରୀ ଓ ୧୭ଟି ଅଣ ଜରୁରୀ ବିଭାଗରେ ବିଭକ୍ତ କରିଥିଲେ। ଅତି ଜରୁରୀ ବିଭାଗର ସମସ୍ତ କର୍ମଚାରୀ ଦୈନିକ ଅଫିସ ଆସୁଥିବା ବେଳେ ଆଂଶିକ ଜରୁରୀ ବିଭାଗରେ ୧୦% ଓ ଅଣ ଜରୁରୀ ବିଭାଗର କର୍ମଚାରୀମାନେ ଆଦୌ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.