Home ଜିଲ୍ଲା ପରିକ୍ରମା ଭେକ୍‌ସିନ ଅଭାବ ଯୋଗୁଁ କମିଲା ଟୀକାକରଣ

ଭେକ୍‌ସିନ ଅଭାବ ଯୋଗୁଁ କମିଲା ଟୀକାକରଣ

34

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ କୋଭିଡ ଭେକ୍‌ସିନର ଅଭାବ ପରିଲିକ୍ଷିତ ହୋଇଛି । ଫଳରେ ଜିଲାରେ ଟୀକାକରଣ ହ୍ରାସ କରାଯାଇଛି । ଗତ ଦୁଇଦିନ ତଳେ ଜିଲାରେ ୫୧ ଗୋଟି କେନ୍ଦ୍ରରେ ଟୀକାକରଣ କରାଯାଉଥିବା ବେଳେ ଏବେ ତାହାକୁ ମାତ୍ର ୧୦ କେନ୍ଦ୍ରକୁ ହ୍ରାସ କରାଯାଇଛି । ସେହିଭଳି ପୂର୍ବରୁ ଜିଲାରେ ଦୈନିକ ପ୍ରାୟ ୯ ରୁ ୧୦ ହଜାର ଲୋକଙ୍କ ଟୀକାକରଣ କରାଯାଉଥିବା ବେଳେ ଏବେ ତାହା ମାତ୍ର ୩ ହଜାରକୁ ହ୍ରାସପାଇଛି । ଜିଲା ସ୍ୱାସ୍ଥ୍ର‌୍ୟ ବିଭାଗ ସୁଚନା ଅନୁଯାଇ ଜିଲାରେ କୋଭିଡ ଭେକ୍ସିନ ନିୟଟିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ଜିଲାର ମାତ୍ର ୧୦ ଗୋଟି କେନ୍ଦ୍ରରେ ଟୀକାକରଣ କରାଯାଇଛି । ଫଳରେ ଦୈନିକ ପ୍ରାୟ ୯ ରୁ ୧୦ ହଜାର ଟୀକାକରଣ କରାଯାଉଥିବା ବେଳେ ତାହା ମାତ୍ର ୩ ହଜାରରେ ସିମିତ ରହିଛି । ତେବେ ଆଜି ଜିଲାକୁ ଅଧିକ ଭେକ୍ସିନ ଆସୁଥିବା କଥା ସିଡିଏମଓ କହିଥିଲେ ମଧ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ କାଲି ମଧ୍ୟ ଏହି ସ୍ଥିତିଜାରି ରହିବ ବୋଲି କହିଛନ୍ତି । ଗୋଟିଏ ପଟରେ ଜିଲାରେ ସ୍ୱଳ୍ପ ସଂଖ୍ୟାରେ ହେଲେ ମଧ୍ୟ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭେକ୍ସିନର ଅଭାବ ଲୋକଙ୍କୁ ଭୟଭୀତ କରିଛି । କାରଣ ଏବେ ଜିଲାରେ ଗୋଟିଏ ହେଲେ ଟିଏମସି ନାହିଁ କିମ୍ଭା କୋଭିଡ କେୟାର ସେଂଟର ଅଥବା କୋଭିଡ ଡାକ୍ତରଖାନା ମଧ୍ୟ ନାହିଁ । ଏପରିସ୍ତଳେ ଲୋକଙ୍କୁ କେବଳ କୋଭିଡ ଭେକ୍ସିନ ଭରସା ରହିଥିବା ବେଳେ ଏହାର ଅଭାବ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଜିଲ୍ଲା ସ୍ୱାସ୍ଥ୍ର ବିଭାଗ ସୁଚନା ଅନୁଯାଇ ଗତକାଲି ଗୋଟିଏ ଦିନରେ ଜିଲାରେ ୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଜିଲ୍ଲାରେ ସକ୍ରିୟ କୋଭିଡ ମାମଲା ଶୁନରୁ ୫୧ ପହଁଚିଛି । ଏହି ସୁଚନା ଅନୁଯାଇ ଚାନ୍ଦବାଲି ଏବଂ ବନ୍ତ ବ୍ଲକରୁ ସର୍ବାଧିକ ୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକରୁ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁଚନା ଯୋଗ୍ୟ ଯେ ବର୍ତମାନ ସୁଦ୍ଧା ଭଦ୍ରକ ଜିଲାରେ ପ୍ରାୟ ଦେଢଲକ୍ଷ ଲୋକଙ୍କୁ ଟୀକକରଣ କରାଗଲାଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.