Home ଜିଲ୍ଲା ପରିକ୍ରମା ଧାନ ସଂଗ୍ରହ ସରିଗଲା କୋଟା ପୁରଣ ହୋଇ ପାରିଲାନି, ୧୩ ହଜାର ଚାଷୀ ଧାନ ବିକିପାରିଲେନି,...

ଧାନ ସଂଗ୍ରହ ସରିଗଲା କୋଟା ପୁରଣ ହୋଇ ପାରିଲାନି, ୧୩ ହଜାର ଚାଷୀ ଧାନ ବିକିପାରିଲେନି, ୩୭ ହଜାର କ୍ୱିଂଟାଲ ଧାନର କୋଟା ଲାପ୍ସ

39

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଭଦ୍ରକ ଜିଲାରେ ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ ପୁରୁଣ ହୋଇ ପାରିଲାନାହିଁ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସରକାର ଭଦ୍ରକ ଜିଲାରୁ ଅଧିକ ୭ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ ସତ୍ୱେ ଜିଲାରେ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ଆହୁରୀ ୧୩ ହଜାର ରୁ ଉର୍ଦ୍ଧ ଚାଷୀ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିପାରିନଥିବା ବେଳେ ୩୭ ହଜାର କ୍ୱିଂଟାଲରୁ ଉର୍ଦ୍ଧ ଧାନର କୋଟା ଲାପ୍ସ କରି ଯାଇଛି । ଯାହାକି ଧାନ ସଂଗ୍ରହରେ ପୁଣି ସରକାର ଏବଂ ଜିଲା ଯୋଗାଣ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି । ଗୋଟିଏ ପଟରେ କୋଟା ନଥିବା ଦର୍ଶାଇ ଜିଲା ଯୋଗାଣ ନିଗମ ଧାନ ସଂଗ୍ରହକୁ ନିରୁତ୍ସାହିତ କରିଥିବା ବେଳେ ବେଳେ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ଧାନ ସଂଗ୍ରହ ନହେବାରୁ ଜିଲାପାଇଁ ମଞ୍ଜୁର କୋଟାରୁ ଆହୁରୀ ୩୭ ହଜାର କ୍ୱିଂଟାଲ ଧାନ ଲାପ୍ସ କରିଯିବା ଘଟଣା ଚାଷୀଙ୍କ ମହଲରେ ଚର୍ଚାର ବିଷୟ ହୋଇଛି । ଚଳିତବର୍ଷ ଭଦ୍ରକ ଜିଲାରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ୬୯ ହଜାର ୬୫୨ ଜଣ ଚାଷୀ ଆଗୁଆ ଅନଲାଇନ ପଞ୍ଜିକରଣ କରିଥିଲେ । ପଞ୍ଜିକୃତ ଚାଷୀଙ୍କ ଜମି ରେକର୍ଡ ଭେରିଫିକେସନ କୁ ଆଧାର କରି ଯୋଗାଣ ନିଗମ ପକ୍ଷରୁ ପ୍ରାୟ ୯୧ ହଜାର ଟୋକନ ଇସ୍ୟୁ କରାଯାଇଥିଲା । ଏହି ଆଧାରରେ ସରକାର ବିଭିନ୍ନ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରୁ ମୋଟ ୨୮ ଲକ୍ଷ ୨୩ ହଜାର ୫୨୯ କ୍ୱିଂଟାଲ ଧାନ ସଂଗ୍ରହ ସକାସେ ଟାର୍ଗେଟ ମଞ୍ଜୁର କରିଥିଲେ । ତେବେ ଧାନ ସଂଗ୍ରହ ଅବଧି ୩୧ ମାର୍ଚ ସୁଦ୍ଧା ୫୬ ହଜାର ୨୧୨ ଜଣ ଚାଷୀଙ୍କ ଜରିଆରେ ମୋଟ ୨୭ ଲକ୍ଷ ୮୬ ହଜାର ୧୨୫ କ୍ୱିଂଟାଲ ଧାନ ସଂଗୃହିତ ହୋଇଥିବା ବେଳେ ମିଳିଥିବା ଟାର୍ଗେଟରୁ ଆହୁରୀ ୩୭ ହଜାର ୪୦୪ କ୍ୱିଂଟାଲ ଧାନ ସଂଗ୍ରହ ହୋଇ ପାରିନଥିଲା । ଗତବର୍ଷ ମଧ୍ୟ ଅନୁରୁପ ଭାବେ ଭଦ୍ରକ ଜିଲାକୁ ସରକାରଙ୍କ ପକ୍ଷରୁ ୨୧ ହଜାର ୪୭ ହଜାର କ୍ୱିଂଟାଲ ଧାନ ସଂଗ୍ରହ ସକାସେ କୋଟା ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪୭ ହଜାର କ୍ୱିଂଟାଲ ଧାନ ସଂଗ୍ରହ କୋଟା ଲାପ୍ସ କରି ଯାଇଥିବା ବେଳେ ସରକାର ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ମାତ୍ର ୨୧ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ ।

ସେହିଭଳି ଚଳିତବର୍ଷ ସରକାରଙ୍କ ପକ୍ଷରୁ ଜିଲାପାଇଁ ପ୍ରାୟ ୯୧ ହଜାର ଟୋକନ ମଞ୍ଜୁର କରିଥିବା ବେଳେ ନିର୍ଦ୍ଧାରିତ ସମୟସିମା ମାସକ ମଧ୍ୟରେ ଧାନ ସଂଗ୍ରହ ହୋଇନପାରିବା ଯୋଗୁ ସେଥିରୁ ପ୍ରାୟ ୩୦ ହଜାର ଟୋକନ ଲାପ୍ସ ହୋଇ ଯାଇଥିବା ଜଣାପଡିଛି । ତେବେ ଚଳିତବର୍ଷ ଜିଲାରେ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୧୩ ହଜାର ରୁ ଉର୍ଦ୍ଧ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନପାରିବା ଏବଂ ୩୭ ହଜାର କ୍ୱିଂଟାଲରୁ ଉର୍ଦ୍ଧ ଧାନର କୋଟା ଲାପ୍ସ କରିଯିବା ଘଟଣା ପାଇଁ ଚାଷୀମାନେ ସିଧା ସଳଖ ଜିଲା ଯୋଗାଣ ବିଭାଗ ଏବଂ ସରକାରୀ ଧାନ ସଂଗ୍ରହ ଦାୟିତ୍ୱରେ ରହିଥିବା ସୋସାଇଟି ଏବଂ ମିଲରମାନଙ୍କୁ ଦାୟି କରିଛନ୍ତି । ଚାଷୀଙ୍କ କହିବା କଥା ହେଲା ଟୋକନ ଥାଇ ମଧ୍ୟ ସେବାସମବାୟ ସମିତି ଗୁଡିକର ଅବହେଳା ଯୋଗୁ ତୁରନ୍ତ ମଣ୍ଡିରୁ ଧାନ ଉଠିନଥିଲା । ଏଥିପାଇଁ ସମବାୟ ସମିତି ଗୁଡିକ ଯୋଗାଣ ନିଗମ ଏବଂ ମଣ୍ଡିରୁ ଧାନ ଉଠାଉଥିବା ମିଲରମାନଙ୍କୁ ଦାୟି କରିଥିବା ବେଳେ ଯୋଗାଣ ନିଗମ ସୋସାଇଟି ଗୁଡିକର ଅପାରଗତାକୁ ଦାୟି କରିଛନ୍ତି । ତେବେ ଏଥିନେଇ ଜିଲା ଯୋଗାଣ ନିଗମ ଅଧିକାରୀ ରଞ୍ଜନ ସେଠଙ୍କୁ ପଚାରିବାରେ ସେ କହିଥିଲେଯେ ଆମ ପାଖରେ ଟାର୍ଗେଟ ଥିଲେ ମଧ୍ୟ ଶେଷ ବେଳକୁ ଚାଷୀଙ୍କ ଧାନ କିଣିବାକୁ ପାଖରେ ବୈଧ ଟୋକନ ନଥିଲା । ଫଳରେ ଆମେ ଜିଲାକୁ ମଞ୍ଜର କରାଯାଇଥିବା ଟାର୍ଗେଟରୁ ଆହୁରୀ ପ୍ରାୟ ୩୭ ହଜାର କ୍ୱିଂଟାଲ ଧାନର ଟାର୍ଗେଟ ପୁରଣ କରିବାରେ ସମର୍ଥ ହୋଇ ପାରିନାହୁଁ । ତେବେ ଏହି ବାବଦକୁ ଯିଏ ଯାହା କୁହନ୍ତୁନା କାହିଁକି କୋଟା ଲାପ୍ସ କରିବା ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି ନିରୀହ ଚାଷୀ । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ସରକାର ଭଦ୍ରକ ଜିଲାର ୨୧ ଗୋଟି ଏବଂ ବାହାର ଜିଲାର ୧୧ ଗୋଟି ଏହି ପରି ମୋଟ ୩୨ ଗୋଟି ମିଲର ଏବଂ ୧୫୨ ଗୋଟି ଧାନ ସଂଗ୍ରହ ଏଜେନି୍ସଙ୍କ ଜରିଆରେ ଜିଲାରୁ ଧାନ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.