Home ଜିଲ୍ଲା ପରିକ୍ରମା ଭୂମିକା ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର

ଭୂମିକା ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର

7

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସହଯୋଗରେ ସ୍ଥାନୀୟ ମହତାବ କ୍ଲବ ଠାରେ ଭୂମିକା ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସିବିରରେ ୫୦ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରଯାଇ ଅସ୍ରୋପ୍ରଚାର ପାଇଁ ନିଆଯିବ । ଶିବିରରେ ଲତିକା ବିଶ୍ୱାଳ, ଆରତି ସାହୁ ଉପସ୍ଥିତ ରହି ପରିକ୍ଷା କରିଥିଲେ । ସୁରକ୍ଷା ମଞ୍ଚର ସଂମ୍ପାଦକ କୈଳାଶ ଚନ୍ଦ୍ର ଧଳ, ଯୁଗ୍ମ ସଂମ୍ପାଦକ ରଞ୍ଜନ କୁମାର ଦାସ, ସହ ସଂମ୍ପାଦକ ରାମଚନ୍ଦ୍ର ଦାସ, ଅକ୍ଷୟ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.