Home ଓଡ଼ିଶା ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗ

ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗ

329

ଭୁଲ ତଥ୍ୟ ଦେଇ ବିସ୍ଥାପିତ ସହାୟତା ରାଶି ହଡପ ଅଭିଯୋଗଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଓ କୋମନା ବ୍ଲକର ମଧ୍ୟ ସ୍ଥଳ ସୁନ୍ଦର ଓ ଇନ୍ଦ୍ର ନଦୀର ସଂଯୋଗ ସ୍ଥଳରେ ଗତ ୨୦୦୦ ମସିହାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ୧୦ ଖଣ୍ଡ ଗ୍ରାମ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଥିବା ବେଳେ ୧୯ ଖଣ୍ଡ ଗ୍ରାମ ଆଂଶିକ ବିସ୍ଥାପିତ ହୋଇଛନ୍ତି। କିନ୍ତୁ ବିସ୍ଥାପିତମାନଙ୍କୁ ବିସ୍ଥାପନ ରାଶି ଦେବା ଆରମ୍ଭରୁ ଘୋଟାଲା ଅଭିଯୋଗ ହୋଇ ଆସୁଛି। ଏହି ଅଭିଯୋଗ କ୍ରମରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପୁନର୍ବାସ ଓ ଥାଇଥାନ ବିଭାଗର ଅନେକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଘଟଣା ପଦାକୁ ଆସିଛି। କିଛି ଅସାଧୁ କର୍ମଚାରୀ ଓ କିଛି ଅସାଧୁ ବିସ୍ଥାପିତ ଦଲାଲ ମାନେ ମିଶି ବିସ୍ଥାପିତ ସହାୟତା ରାଶି ବିସ୍ଥାପିତ ହୋଇନଥିବା ବ୍ୟକ୍ତି ମାନଙ୍କୁ ଦେଇଦେଉଛନ୍ତି। ଏହି ବିସ୍ଥାପିତ ସହାୟତା ରାଶି ଘୋଟାଲା ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଖଡିଆଳରେ ବସବାସ କରୁଥିବା ଭଜମନ ତାଣ୍ଡି। ଏହି ଘୋଟାଲାରେ ଭଜମାନ ତାଣ୍ଡି ବିଭାଗରେ କାର୍ଯ୍ୟରତ ଥିବା ଜଣେ କିରାଣି ସଂପୃକ୍ତ ଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି। ସୂଚନା ମତେ ଖଡିଆଳର ଲାଲ ସାହେବ ପଡାର ଭଜମନ ତାଣ୍ଡିଙ୍କ ବଡଭାଇ ଝିଅଙ୍କୁ ଛତିଗଡ ରାୟପୁର ନିବାସୀ ଅଭୟ ଆଡବଙ୍ଗଙ୍କ ପୁଅ ଗୁଣବନ୍ତଙ୍କୁ ବିବାହ ଦେଇଥିଲେ। ସୂଚନା ଥାଉକି ଏହି ପରିବାର ଦୀର୍ଘ ୫୦ ବର୍ଷ ହେଲା ଛତିଶଗଡ ସରକାରଙ୍କ ବିଏସୟୁପି କଲୋନୀରେ ରହି ଆସୁଛନ୍ତି। ଛତିଶଗଡ଼ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ନେଉଥିବା ବେଳେ ସେଠାକାର ଭୋଟ ଦେବା ସହିତ ସମ୍ପୂର୍ଣ୍ଣ ବାସିନ୍ଦା ହୋଇସାରିଛନ୍ତି। କିନ୍ତୁ ଏହି ପରିବାର ତା ଆଗରୁ ନୂଆପଡା ଜିଲ୍ଲା କୋମନା ବ୍ଲକ ଉଳଭା ଗ୍ରାମରେ ରହୁଥିଲେ। ଦୀର୍ଘ ୫୦ ବର୍ଷ ହେଲା କୋମନା ସ୍ଥିତ ଉଳଭା ଗ୍ରାମରେ ଏମାନଙ୍କ କୌଣସି ଭୋଟ ପରିଚୟ ପତ୍ର, ଆଧାର କାର୍ଡ ରାସନକାର୍ଡ କିମ୍ବା ସ୍ଥାୟୀ ବାସିନ୍ଦା କିଛି ନଥିବା ବେଲେ ସତ୍ୱେ ଲୋୟରଇନ୍ଦ୍ର ଇରିକେଶନ ବିଭାଗ କେଉଁ ଆଧାରରେ ବିସ୍ଥାପିତ ସହାୟତା ରାଶି ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଅଭୟ ଆଡବଙ୍ଗ ଓ ତାଙ୍କ ପୁଅ ଗୁଣବନ୍ତ ଆଡବଙ୍ଗ ୨ ଲକ୍ଷ ଟଙ୍କା ଲେଖାଏଁ ୨ ଥର ଜଣେ ଲୋକ ୪ ଲକ୍ଷ ମୋଟ ୨ ଜଣ ମିଶି ୮ ଲକ୍ଷ ଟଙ୍କା ପାଇସାରିଥିବା ଅଭିଯୋଗ କରିଛନ୍ତି। ଏହି ବିସ୍ଥାପିତ ରାଶି ପ୍ରଦାନ କରିବାରେ ଉକ୍ତ ପୁନର୍ବାସ ଓ ଥଇଥାନ ବିଭାଗର ଜଣେ କିରାଣି ସମ୍ପୃକ୍ତ ଥିବା ସେ ନିଜ ଲିଖିତ ଅଭିଯୋଗରେ ପ୍ରକାଶ କରିଛନ୍ତି। ଉଳଭା ଗ୍ରାମରେ କିଛି ପ୍ରମାଣ ନଥିବା ବେଲେ କାହିଁକି ଏହି ମାନଙ୍କୁ ବିସ୍ଥାପିତ ସହାୟତା ରାଶି ଦିଆଯାଉଛି। ଏ ବିଷୟରେ ସେ ଖଡିଆଳ ଖଡିଆଳ ଲୋୟର ଇନ୍ଦ୍ର ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ଆରଡିସି, ନୂଆପଡା ଜିଲ୍ଲାପାଳ ସମେତ ଖଡିଆଳ ତହସିଲଦାରଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଘୋଟାଲାରେ ସାମିଲ ଥିବା କିରାଣି ସମେତ ବିସ୍ଥାପିତ ଟଙ୍କା ହଡପ କରିଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଏବିଷୟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପୁନର୍ବାସ ଓ ଥଇଥାନ ନିର୍ଦ୍ଦେଶକ ହିମାଂଚଳ ମାଝୀ ଙ୍କ ସହିତ ଯୋଗାଯୋଗ କରାଯିବାରୁ ଖଡିଆଳ ରେ ବସବାସ କରୁଥିବା ଭଜମନ ତାଣ୍ଡି ଗୋଟିଏ ଲିଖିତ ଅଭିଯୋଗ କରିଛନ୍ତି। ମୁଁ ତଦନ୍ତ କରୁଛି ଯଦି ସତ୍ୟତା ଥାଏ ତେବେ କିରାଣୀ ସମେତ ବିସ୍ଥାପିତ ସହାୟତା ରାଶି ହଡପ କରିଥିବା ବ୍ୟକ୍ତି ମାନଙ୍କୁ ଆଇନର କାଠ ଗଡାରେ ଠିଆ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.