Home ଜିଲ୍ଲା ପରିକ୍ରମା ଖଡିଆଳ ନାଗରିକ ପରିଷଦ ପକ୍ଷରୁ ନବନିର୍ବାଚ୍ଚିତ ବିଧାୟକ ଙ୍କୁ ନାଗରିକ ସମ୍ବର୍ଦ୍ଧନା

ଖଡିଆଳ ନାଗରିକ ପରିଷଦ ପକ୍ଷରୁ ନବନିର୍ବାଚ୍ଚିତ ବିଧାୟକ ଙ୍କୁ ନାଗରିକ ସମ୍ବର୍ଦ୍ଧନା

307

ଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳ ସହର ସ୍ଥିତ ୧ ନମ୍ବର କଲ୍ୟାଣ ମଣ୍ଡପ ଠାରେ ନବ ନିର୍ବାଚ୍ଚିତ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କୁ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ନବନିର୍ବାଚ୍ଚିତ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୈଠକରେ ଡୋଲାମଣି ସିଂ ବାବୁ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ନାଗରିକ ସଂଜିବ ପାଢୀ ସ୍ୱାଗତ ସହିତ ମଂଚ ପରିଚାଳନା କରିଥିଲେ । ପରେ ବରିଷ୍ଠ ନାଗରିକ ମଂଚ ତରଫରୁ ଫୁଳ ମାଳ ସେଇ ନାଗରିକ ସମ୍ଭର୍ଦ୍ଧନା ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ମଂଚ ର ସଭାପତି ରାମେଶ୍ୱର ଅଗ୍ରୱାଲ ନବନିର୍ବାଚ୍ଚିତ ବିଧାୟକ ଙ୍କ ଖଡିଆଳ ପହର ସମେତ ନିର୍ବାଚ୍ଚନ ମଣ୍ଡଳୀ ପ୍ରତି ଆଶାନୁରୁପ ଦୃଷ୍ଟିଦେବା ପାଇଁ ଅନୁରୋଧ କରିଥିଲେ । ପରେ ବର୍ତମାନ ଦେଖାଦେଇଥିବା ଜାତୀୟ ରାଜପଥ ସମସ୍ୟା, ତିଖାଳି ଡ୍ୟାମରୁ ଶିଘ୍ର ଚାଷୀ ଙ୍କୁ ପାଣି ଯୋଗାଣ, ଖଡିଆଳ ରେ ସ୍ଥାୟୀ ବସ ଷ୍ଟାଣ୍ଡ, ଅତିଶିଘ୍ର ସ୍ୱଛ ପାନୀୟ ଜଳ ଯୋଗାଣ, ଖଡିଆଳ ସବ ଜେଳ ସମ୍ମୁଖରେ ନିର୍ମାଣ ହୋଇଥିବା ନୁତନ ହସପିଟାଲ ପାଖରେ ଉପଖଣ୍ଡ ସ୍ୱାସ୍ôକେନ୍ଦ୍ର କୁ ସ୍ଥାନାନ୍ତର, ଖଡିଆଳ କୁ ତୁରନ୍ତ ସବ ଡିଭିଜନ ଘୋଷଣା କୁ ତ୍ୱାରାନିତ କରିବା ପାଇଁ ପଦକ୍ଷେପ, ଖଡିଆଳରେ ଅତ୍ୟଧିକ ଟ୍ରାଫିକ ସମସ୍ୟ ହେଉଥିବାରୁ ବାଇପାସ ରାସ୍ତା ନିର୍ମାଣ ଦିଗରେ ପଦେକ୍ଷପ, ଖଡିଆଳରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଘର ନିର୍ମାଣ ପ୍ରଭୁତି ସମସ୍ୟାର ସମାଧାନ ଦିଗରେ ନବନିର୍ବାଚିତ ବିଧାୟକ ଅଧିାରାଜପାଣିଗ୍ରାହୀ ଧ୍ୟାନ ଦେବେ ବୋଲି ନାଗରିକ ପରିଷଦ ପକ୍ଷରୁ ଅନୁରୋଧ କରାଯ୍ଧବଥିଲା । କାର୍ଯ୍ୟକ୍ରମରେ ଜଗବନ୍ଧୁ ବାରିକ, ଅଜିମ ମହମ୍ମଦ , ଲକ୍ଷ୍ମୀ ନାରାୟଣ ଖମାରୀ, ଗୈାର ଖମାରୀ, ସତିଶ ପଟ୍ଟନାୟକ, ଶରତ ସିଂ , ଅର୍ଜ୍ଝୁନ ପଣ୍ଡା, ଫଣିନ୍ଦମ ସିଂ ଦେଓ , ରୋହିତାଶ୍ୱ ବାଗ, ଜଗଦିଶ ତ୍ରୀବେଦୀ, ଶର୍ମା ବାବୁ ସମେତ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.