Home ଓଡ଼ିଶା ଭୀମକୁଣ୍ଡରେ ବୁଡି ପର୍ଯ୍ୟଟକ ନିଖୋଜ

ଭୀମକୁଣ୍ଡରେ ବୁଡି ପର୍ଯ୍ୟଟକ ନିଖୋଜ

515

ପାଟଣା ୨୫-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ର ପର୍ଯ୍ୟଟନ ସ୍ଥଳି ଭୀମକୁଣ୍ଡ ରେ ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ବୁଡି ନିଖୋଜ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ବୁଧବାର ବଡ଼ଦିନ ଥିବାରୁ ଭୀମକୁଣ୍ଡରେ ବଣ ଭୋଜି ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଭୀମକୁଣ୍ଡ ରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ବୁଡି ଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ପର୍ଯ୍ୟଟକ ଙ୍କ ପରିଚୟ ମିଳି ପାରି ନଥିଲା।ପ୍ରତେକ ବର୍ଷ ଏହି ଭୀମକୁଣ୍ଡ ରେ ବୁଡି ପର୍ଯ୍ୟଟକ ଙ୍କ ଜୀବନ ହାନି ହେଉଥିଲେ ମଧ୍ୟ ପ୍ରାଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ଭୀମକୁଣ୍ଡ ଏବେ ମୃତ୍ୟୁ କୁଣ୍ଡ ତାହା ଆଲୋଚନା ହେଉଛି ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଅବହେଳା ଯୋଗୁଁ ପ୍ରତେକ ବର୍ଷ ପ୍ରାୟ ଜଣେ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟୁଛି ଭୀମକୁଣ୍ଡ ର ରମଣୀୟ ଦୃଶ୍ୟ ସଦା ସର୍ବଦା ପର୍ୟ୍ଯଟକ ଙ୍କୁ ଆକୃଷ୍ଟ କରିଥାଏ ଭୀମକୁଣ୍ଡ ରେ କୌଣସି ବ୍ୟାରିକେଟ କିମ୍ବା ସୁରକ୍ଷା ବାଡ଼ ନଥିବା ରୁ କିମ୍ବା ପୋଲିସ ପ୍ରଶାସନ ତରଫରୁ ଏ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ପ୍ରତେକ ବର୍ଷ ଗାଧେଇବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇ ଏପରି ଦୁର୍ଘଟଣା ଘଟୁଛି ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଓ ପୋଲିସ ମୁତୟନ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.