Home କେନ୍ଦୁଝର ଭିନ୍ନଢ଼ଙ୍ଗରେ ନୁଆବର୍ଷ ପାଳିଲା ଜୟଦୁର୍ଗା ଫାଉଣ୍ଡେସନ

ଭିନ୍ନଢ଼ଙ୍ଗରେ ନୁଆବର୍ଷ ପାଳିଲା ଜୟଦୁର୍ଗା ଫାଉଣ୍ଡେସନ

13

ହାଟଡିହି-୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତ ୨୦୨୧ ନୁଆବର୍ଷକୁ କିଏ ଭୋଜିଭାତରେ ମଉଜ ମଜଲିସରେ କଟାଉଥିବାବେଳେ ଭିନ୍ନଢ଼ଙ୍ଗରେ ପାଳିଛନ୍ତି ଜୟଦୁର୍ଗା ଫାଉଣ୍ଡେସନର ସଦସ୍ୟ ସଦସ୍ୟା ମାନେ । ସେମାନେ ଡିସେମ୍ବର ୩୧ତାରିଖ ମଧ୍ୟରାତ୍ରୀରେ ଭଦ୍ରକ ରେଲୱେଷ୍ଟେସନ, ବନ୍ତଛକ, ଆରଡି ଛକ, ମୋଟେଲ ଛକକୁ ଯାଇ ସେଠାରେ ଶୀତ କାକରରେ ବିଭିନ୍ନ ଲୋକଙ୍କ ବାରଣ୍ଡାରେ, ଫୁଟପାଥରେ ଶୋଇଥିବା ଗରିବ ଅସହାୟ ମାନଙ୍କୁ କମ୍ବଳ, ମଶାରୀ ଓ ସପ ପ୍ରଦାନ କରିଥିଲେ । ସେହିପରି ନୁଆବର୍ଷରେ ଆବୁଲୁପୁରା ଗ୍ରାମରେ ୧୨ ଓ ବଞ୍ଚୋ ଗ୍ରାମରେ ରହୁଥିବା ୮୦ଟି ଗରିବ ପରିବାରକୁ କମ୍ବଳ, ମଶାରୀ, ସପ ଆଦି ବଣ୍ଟନ କରିଥିଲେ । ଏଥିରେ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା, ସଦସ୍ୟ ତ୍ରୀନାଥ ରଣା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.