Home ଓଡ଼ିଶା ଭିଜିଲାନ୍ସ ଜାଲରେ ବାଲିଗୁଡା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ବାଲିଗୁଡା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

152

ବାଲିଗୁଡା, ୨୩-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ପୂର୍ତ୍ତ ବିଭାଗର ଆକାଉଣ୍ଟାଣ୍ଟ ଭିନିତ କୁମାର ଶ୍ରୀ ବାସ୍ତବ ଏକ ପୁରୁଣା ବିଲ୍ କରାଇ ଦେବା ପାଇଁ ଠିକାଦାର ପ୍ରଦୀପ କୁମାର ନାୟକଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ପ୍ରକାଶ ଯେ, ପୂର୍ବରୁ ଆକାଉଣ୍ଟାଣ୍ଟ ଠିକାଦାରଙ୍କୁ କୁଆଡେ ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଭିଜିଲାନ୍ସ କୁ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସୋମବାର ସନ୍ଧ୍ୟାରେ ଡିଏସପି ରବିନ୍ଦ୍ର ସୁନାଙ୍କ ନେତୃତ୍ବରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ର ଏକ ଟିମ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲେ। ଭିଜିଲାନ୍ସ ଟିମ୍ ଆକାଉଣ୍ଟାଣ୍ଟ ସରକାରୀ ବାସଭବନ ରେ ମଧ୍ୟ ଖାନ ତଲାସୀ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.