Home ଓଡ଼ିଶା ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରୁ ବନ୍ୟା ପାଣି କମିବା ପରେ ୨ ଶହ ମିଟର...

ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରୁ ବନ୍ୟା ପାଣି କମିବା ପରେ ୨ ଶହ ମିଟର ଲମ୍ବର ନଦୀବନ୍ଧ ନଦୀ ମଧ୍ୟକୁ ଭୁଷୁଡ଼ିଲା

82

ପୁରୀ ୨୮-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରୁ ବନ୍ୟା ପାଣି କମିବା ପରେ ପ୍ରାୟ ୨ଶହ ମିଟର ଲମ୍ବର ନଦୀବନ୍ଧ ନଦୀ ମଧ୍ୟକୁ ଭୁଷୁଡ଼ି ପଡ଼ିଛି। ପୁରୀର ଭାର୍ଗବୀ ନଦୀର ଗବକୁଣ୍ଡ କଟ୍ ନିକଟ ଜମାରସୁଆଁ ଗ୍ରାମ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହ ମିଟର ଲମ୍ବ ନଦୀବନ୍ଧ ନଦୀ ମଧ୍ୟକୁ ଭୁଶୁଡ଼ି ପଡ଼ିଛି। ଏହା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ସୌଭାଗ୍ୟକୁ ବନ୍ୟାଜଳ ଛାଡ଼ିଯିବା ପରେ ଏହି ଅଘଟଣ ଘଟିଛି। ବନ୍ୟା ପାଣି ଥିଲେ ନଦୀ ବନ୍ଧ ଭାଙ୍ଗି ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ହୋଇଥାନ୍ତା। ଗତ କିଛବର୍ଷ ହେବ ସଠିକ୍ ବନ୍ଧ ମରାମତି କରାଯାଉନଥିବାରୁ ପ୍ରତି ବର୍ଷ ଏଠାରେ ନଦୀବନ୍ଧ ଭୁଷୁଡ଼ୁଛି। ପ୍ରତ୍ୟେକ ବର୍ଷ ପୁରୀ ଜଳସମ୍ପଦ ବିଭାଗ ପକ୍ଷରୁ କେବଳ ବାଲି ମୋରମ ପକାଯାଇ ନଦୀବନ୍ଧ ମରାମତି କରାଯାଉଛି। କିନ୍ତୁ ସ୍ଥାୟୀ ପ୍ରତିକାର ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ। ମରାମତି ନାଁରେ ବ୍ୟାପକ ଆର୍ଥ ବାଟମାରଣା କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପ୍ରତିବର୍ଷ ଏହି ସ୍ଥାନରେ କାହିଁକି ନଦୀବନ୍ଧ ଭୁଷୁଡୁଛି ତାହାର ଅନୁଧ୍ୟାନ ନିମନ୍ତେ ତୁରନ୍ତ ଏକ ବୈଷୟିକ କମିଟି ଗଠନ କରି ସ୍ଥିତି ଅନୁଧ୍ୟାନ କରି ନଦୀବନ୍ଧ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଯଦି ନଦୀରେ ବନ୍ୟାଜଳ ପ୍ରବାହିତ ସମୟରେ ଏହି ଅଘଟଣ ଘଟିଥା’ନ୍ତା ତାହେଲେ ସତ୍ୟବାଦୀ ଓ ପୁରୀ ସଦର ବ୍ଲକ୍‌ର ପ୍ରାୟ ୧୦ଟି ପଞ୍ଚାୟତ ବନ୍ୟା ଜଳରେ ଉବୁଟୁବୁ ହୋଇଥାନ୍ତା। ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.