Home ଜିଲ୍ଲା ପରିକ୍ରମା ଗଜାନନ ପୂଜା ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ଗଜାନନ ପୂଜା ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

74

ପୁରୀ ୨୮.୮ (ଓଡ଼ିଆ ପୁଅ) ଆଉମାତ୍ର ଦୁଇଦିନ ପରେ ଅର୍ଥାତ ବୁଧବାର ଦିନ ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ବିଦ୍ୟାଦାତାଙ୍କ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟlୟରେ ପହଞ୍ଚିଛି। ଗତ ଦୁଇ ବର୍ଷ ଧରି କୋରନା କଟକଣା ପାଇଁ ପୂଜା ମାନ୍ଦା ହୋଇଯାଇଥିଲା। ଚଳିତ ବର୍ଷ ପୂଜା ପାଇଁ ସମସ୍ତଙ୍କ ମନରେ ଆନନ୍ଦରେ ଲହରୀ ଖେଳିଯାଇଛି। ଗଜାନନ ପୂଜା ସହରରଏକ ପ୍ରମୁଖ ପୂଜା ହେଇଯାଇଛି। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ କ୍ଲବ ଏହି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ କୋରନl କଟକଣା ନଥିବା ଯୋଗୁଁ ଭକ୍ତମାନେ ପୂଜାରେ ପ୍ରତ୍ୟେକ୍ଷ ଭାବେ ସାମିଲ ହୋଇ ଗଜାନନଙ୍କୁ ପୂଜା ଅର୍ଚ୍ଚନା କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.