Home ଜିଲ୍ଲା ପରିକ୍ରମା ଭାରସାମ୍ୟ ହରାଇ ସିମେଟଂ ବୋଝେଇ ଟ୍ରକ ଓଲଟି ଜଣେମୃତ,୧୦ଆହତ

ଭାରସାମ୍ୟ ହରାଇ ସିମେଟଂ ବୋଝେଇ ଟ୍ରକ ଓଲଟି ଜଣେମୃତ,୧୦ଆହତ

79

ମାଲକାନଗିରି,୭ା୧୨(ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶରୁ ଏକ ୧୦ଚକିଆ ସିମେଟଂ  ବୋଝେଇ ଟ୍ରକ ଚିତ୍ରକୋଣ୍ଡା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡି ଜଣଙ୍କର ମୃତ୍ୟୁ ହେବାସହ ୧୦ଜଣ ଆହତ ହୋଇଛନ୍ତି । ଚିତ୍ରକୋଣ୍ଡା ବଜାର ସାହିର ଇଶ୍ୱରରାଓ ଙ୍କ ସିମେଟଂ ବୋଝେଇ ଟ୍ରକଟି ଆନ୍ଦ୍ରପ୍ରେଦଶ ରୁ ଆସି ଚିତ୍ରକୋଣ୍ଡା ବଜାର ରେ କିଛି ସିମେଟଂ ଓହ୍ଲାଇ ଅବଶିଷ୍ଟ ସିମେଟଂ ବଡପଦର ପଚାଂୟତକୁ ନେଇ ଯାଉଥିଲେ, ସେହି ଟ୍ରକରେ ସିମେଟଂ ସହିତ ୧୧ଜଣ ଖଲାସୀ ଥିଲେ, ରାଙ୍ଗିଣିଗୁଡା ଘାଟି ରେ ଟ୍ରକଟି ବଡପଦର ରାସ୍ତାରେ ବୁଲାଉଥିବା ବୋଳେ ଭାରସାମ୍ୟହରାଇ ଏକ ବିଦ୍ୟୁତ ଖୁଟଂରେ ବାଡେଇ ହୋଇ ଟ୍ରକଟି ଓଲଟି ପଡିଥିଲା । ଟ୍ରକ ଟି ଓଲଟି ପଡିବାରୁ ଟ୍ରକ ଡାଲା ରେ ଥିବା ସିମେଟଂ ଗୁଡିକ ଖଲାସୀ ମାନଙ୍କ ଉପରେ ପଡି ଚାପିହୋଇ ଯାଇଥିଲା । ଖଲିସୀ ମାନଙ୍କ ଚିତ୍କାର ଶୁଣି ରାଙ୍ଗିଣିଗୁଡା ଗ୍ରାମବାସୀ ମାନେ ସେଠାରେ ପହଁଚି ପୁଲିସ କୁ ଜଣାଇ ୧୦୮ଆମ୍ବୁଲାନ୍ସ କୁ ଫୋନକରିଥିଲେ । ଘଟଣାସ୍ଥଳରେ ଚିତ୍ରକୋଣ୍ଡା ଥାନା ପୁଲିସ,ଚିତ୍ରକୋଣ୍ଡା କ୍ଲବର ଯୁବକ,ସହରବାସୀ ମାନେ ଯାଇପହଁଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଆହତ ୧୧ଜଣଙ୍କୁ ପ୍ରଥମେ ୨ଟି ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ସେମାନଙ୍କ ଅବସ୍ଥାଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୋରାପୁଟ ହସପିଟାଲକୁ ନେଉଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ଏମ.ରାଜୁ ମାଟାମ ନାମକ ଯୁବକର ଖଇରପୁଟ ଠାରେ ମୃତ୍ୟୁ ଘଟିଛି । ଏହି ଖବର ଚିତ୍ରକୋଣ୍ଡା ଠାରେ ପହଁଚିବା ପରେ ଚିତ୍ରକୋଣ୍ଡା ରେ ଶୋକର ଛାୟା ଖେଳିଯାଇଛି । ମୃତ ରାଜୁ ଘରକୁ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାସହିତ ସମସ୍ତ ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଚିତ୍ରକୋଣ୍ଡା ବାସୀ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.