Home ଜିଲ୍ଲା ପରିକ୍ରମା ଭାରସାମ୍ୟ ହରାଇ ଓଲଟିଲା ବସ୍‌, ଜଣେ ମୃତ, ୬ ଗୁରୁତର,୧୮ ରୁ ଉର୍ଦ୍ଧ୍ୱ ଆହତ

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ଜଣେ ମୃତ, ୬ ଗୁରୁତର,୧୮ ରୁ ଉର୍ଦ୍ଧ୍ୱ ଆହତ

37

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ କ୍ରିଷ୍ଣା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଅନେକ ଆହତ ଓ ଗୁରୁତର ଥିବାର ସୂଚନା ମିଳିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଅପରାହ୍ନରେ କ୍ରିଷ୍ଣା ନାମକ ଘରୋଇ ବସ୍‌ଟି ଭଦ୍ରକ ବନ୍ତଛକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ସମୟରେ ସାବରଙ୍ଗ ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ବସ୍‌ରେ ଥିବା ସମୁଦାୟ ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଗୁରୁତର ରହିଥିବାବେଳେ ଅନ୍ୟ ଯାତ୍ରୀମାନେ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଏହି ଘଟଣାରେ ସାବରଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି । ଏହି ଘଟଣାରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ଆହତମାନଙ୍କ ଚିକିତ୍ସାର ସୁବନ୍ଦୋବସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.